ହଜାରେ ଭିଡରେ ପୁରୁଣା ମୋଡ଼ରେ
ଦୋଦୋ ଚିହ୍ନା ଲାଗୁଛି ବୋଧେ ଚେହେରା ମୋର
ହଁ, ମନର ଫରଦ ଚିରି ତ ଦେଇନ
ଅଡୁଆ ଲାଗେ କାଇଁ ଏତେ ତୁମ ଅକ୍ଷର?
ଏଇନା ନିଜର ଲାଗ ଏତେ, କାଇଁ ଏଇନା ଦୂରେଇଯାଅ?
କଉଠୁ ଶିଖିଲ ଏମିତିକା କଳା ମତେ ବି ଶିଖେଇଦିଅ
କାନରେ କୁହନା କାହିଁକି ଏତେ
ଏ ମଉନ ମେଘରେ ଓଦା ଲାଗେ?
କାନରେ କୁହନା କାହିଁକି ଏତେ
ଏ ମଉନ ମେଘରେ ଓଦା ଲାଗେ?
ଓଦା ଲାଗେ, ଓଦା ଲାଗେ ରେ
ଓଦା ଲାଗେ, ଓଦା ଲାଗେ ରେ
ଜୁକୁଜୁକୁ ଛାଇ ଅନ୍ଧାରରେ ଚାନ୍ଦ ତୁ ମୋର, ଲାଗେ କାହା ନଜର
ଚାନ୍ଦ ରୁଷୁଛି, ହସୁଛି, ଜାଣିକି ଲୁଚୁଛି ଗ୍ରହଣରେ
ସମୟଟା ସୁଦୁ ଭାରି ଜଣେ ଦିଏ ଭୂତେଇ, କଥା କହେ ଗେଲେଇ
ସ୍ମୃତି ଲୁଟିନିଏ ରେ
ସୁନା ପାଣି ସୁନାରି ତୁ, ହାତ ଅଙ୍କା ତୋର ଗହଣା ମୁଁ
ଏକା-ଏକା-ଏକା ଛାଡି ମତେ କାହିଁକି ଯାଉଛୁ ଦୂରେ?
ଏଇନା ଅବୁଝା ଲାଗ ଏତେ, କାଇଁ ଏଇନା ସହଜ ହୁଅ?
କଉଠୁ ଶିଖିଲ ଏମିତିକା କଳା ମତେ ବି ଶିଖେଇଦିଅ
କାନରେ କୁହନା କାହିଁକି ଏତେ
ଏ ମଉନ ମେଘରେ ଓଦା ଲାଗେ?
କାନରେ କୁହନା କାହିଁକି ଏତେ
ଏ ମଉନ ମେଘରେ ଓଦା ଲାଗେ?
ଓଦା ଲାଗେ ହାଏ, ଓଦା ଲାଗେ ରେ
ଧୀରେ ଧୀରେ ଆସି ନିଦ ଘରେ ଟାଣି ରେଜେଇ ମତେ ଦଉ ଉଠେଇ
ଟିକେ ଉଁସି-ଆଉଁସି, ଭୁଲେଇ-ଭାଲେଇ ସପନରେ
ନିଲଠା ତୋ ଯାଦୁକାରୀ ହସ, ଗୁଡ଼ ପୁଡ଼ିଆ
ମିଠା ମହୁ ମାଠିଆ, ଭାରି ଭଲଲାଗେ ରେ
ନିରୀମାଖୀ ନୁଆଁ ତାରାଟେ ତୁ, ବଇଶାଖୀ ରୂପା ଖରାଟେ ତୁ
ଅଙ୍କାବଙ୍କା ନଈଟେ ସରାଟେ ତୁ, ଭଲ ଲାଗୁ ଦୂରେ ଦୂରେ
ଏଇନା ହୃଦୟ ଦିଅ ମତେ, ପୁଣି ଏଇନା ଫେରେଇ ନିଅ
କଉଠୁ ଶିଖିଲ ଏମିତିକା କଳା ମତେ ବି ଶିଖେଇଦିଅ
କାନରେ କୁହନା କାହିଁକି ଏତେ
ଏ ମଉନ ମେଘରେ ଓଦା ଲାଗେ?
କାନରେ କୁହନା କାହିଁକି ଏତେ
ଏ ମଉନ ମେଘରେ ଓଦା ଲାଗେ?
ଓଦା ଲାଗେ, ଓଦା ଲାଗେ ରେ
ଓଦା ଲାଗେ, ଓଦା ଲାଗେ ରେ
ଓଦା ଲାଗେ, ଓଦା ଲାଗେ ରେ
ଓଦା ଲାଗେ, ଓଦା ଲାଗେ ରେ