menu-iconlogo
huatong
huatong
bhajan-dinara-suruja-tu-mo-ratira-tara-cover-image

Dinara Suruja Tu Mo Ratira Tara

Bhajanhuatong
KUMAR-JAYANTA🌟💘⭐DKAhuatong
Letra
Gravações
ଦିନର ସୁରୁଜ ତୁମୋ ରାତିର ତାରା

ତତେ ନ ଦେଖିଲେ ଜୀବ ଯିବନି ପରା

ଆରେ କାଳିଆ ଦେରେ ଧରା

(ରା ରା ରା ରୁ ରୁ ରା ରା ରା).. 2

ସୁଖର ସପନ ତୁମୋ ଦୁଃଖ ପଶୋରା

ତତେ ଚାହିଁ ଚାହିଁ ଆଖି ଲୁହରେ ଭରା

ଆରେ କାଳିଆ ଦେରେ ଧରା..

(ରା ରା ରା ରୁ ରୁ ରା ରା ରା )- 2

ତୁତ ମୋର ଆଶାର ବାଡି ଅନ୍ଦ ଲଉଡ଼ି

ତୋରି ପାଇଁ ଚାଲୁଛି ବାଟ ମୁଁ ଉଠିପଡି..

ଆଣିଲୁ ଯଦି ଏଯାଏଁ ଟାଣି ଆଉ ଅଳପ

ଥରୁଟେ ଆସି ଦେରେ ଦେଖା ସରୁଗଳପ..

କଳା ମାଣିକରେ ମୋ ସୁନାଟା ପରା

ଝାଞ୍ଜି ବଇଶାଖେ ତୁମୋ ମେଘ ଅସରା..

ଆରେ କାଳିଆ ଦେରେ ଧରା...

(ରା ରା ରା ରୁ ରୁ ରା ରା ରା)..- 2

ଏଇନେ ଖରା ଏଇନେ ଛାଇ ଏଇନେ ମେଘ

କିଏ ଜାଣେ କେତେବେଳେ କୋକେଇ ଯୋଗ...

ଏଇଠି ନଇ ଏଇଠି ପାଣି ତଥାପି ଶୋଶ

ପାଣିରେ ମିଶିନି ବୋଲି ତୁଳସୀ ବାସ

Nisuyasa ନାହିଁ ଜମା Bisuyasa ପରା

ଚାନ୍ଦ ଦିଶିଲାଣି ଏବେ ଲିଭିବ ଖରା

ଆରେ କାଳିଆ ଦେରେ ଧରା

(ରା ରା ରା ରୁ ରୁ ରା ରା ରା).. 4

Mais de Bhajan

Ver todaslogo