menu-iconlogo
huatong
huatong
avatar

A Jibanara Bandhana

Pankaj Jal/Ira Mohanty/Sangita Mishrahuatong
spikebushbouquethuatong
Letra
Gravações
ଏ କେମିତିକା ବନ୍ଧନ?

ଏ କେମିତିକା ଜୀବନ?

ନା ଜିଇଁହୁଏ, ନା ମରିହୁଏ

ହଁ, ନିଦ ଭାଙ୍ଗେନାହିଁ, ଭାଙ୍ଗେ ସପନ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

(ପୂଜା)

ଅନ୍ଧାରର ପଣତରେ ଲୁହ ଢ଼ାଙ୍କେ ଜହ୍ନରାତି

ଆଲୁଅରେ ବାଟ ଭୁଲେ ମିଳନର ପ୍ରଜାପତି

ଏ ବାଟବଣା ପବନ

ଏ ବିରହର ଫଗୁଣ

ନା ପାଇହୁଏ, ନା ଛାଡ଼ିହୁଏ

ହଁ, ଫୁଲ ପାଖୁଡ଼ାରେ ଏତେ ଦହନ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

(ପୂଜା)

ନଈ ନିଜେ ଜାଣିନାହିଁ କେଉଁଠି ସାଗର ତାର

ଢ଼େଉର କି ଅବା ଦୋଷ, ଭାଙ୍ଗେ ଯଦି ବାଲିଘର

ଏ କେମିତିକା ଦହନ?

ଚନ୍ଦନ ଲାଗେ ନିଆଁ ସମାନ

ଯେ ହାରିଯାଏ, ସେ ଜିତିଯାଏ

ହଁ, ହାରିବା, ଜିତିବା ସବୁ ସମାନ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

Mais de Pankaj Jal/Ira Mohanty/Sangita Mishra

Ver todaslogo