menu-iconlogo
huatong
huatong
avatar

Tofa Tofa Chandini Re

S Jitu/Aseema Pandahuatong
pattynichols55huatong
Letra
Gravações
ପ୍ରଥମ ଦେଖାରେ ଆଖି ପଲକରେ

ତୁ ଆସି ଗଲୁ ଲାଖି

ଯେତେ ଚାହିଁଲେ ବି ଭୁଲି ପାରୁନାହିଁ

କଥା ଅଛି କେତେ ବାକି

ଦେଖୁ-ଦେଖୁ ତୁ ଲାଗିଲୁ ନିଜର

ତତେ ଖୋଜେ ଦିନ, ରାତି

ଛାତି ସିଲଟରେ ନାଆଁ ଲେଖିଦେଲୁ

ଆରେ ମୋ ଜୀବନ ସାଥୀ

ଜାଣେନା ଇଏ କି ମିଠା ଅନୁଭବ

ସପନ ସଜାଏ ବୋଳି ଦେଇ ରଙ୍ଗ

ବାଟ ଭାଙ୍ଗି ମୁଁ ତୋ ସାଥେ ଚାଲି ଯାଏ ରେ

ତୋଫା-ତୋଫା ଚାନ୍ଦିନୀରେ

ଝୁମା-ଝୁମା ପବନରେ

ତୋ ଦେହର ପରଶ

ମୁଁ ଖୋଜୁଥାଏ ରେ

ତୋଫା-ତୋଫା ଚାନ୍ଦିନୀରେ

ଝୁମା-ଝୁମା ପବନରେ

ତୋ ଦେହର ପରଶ

ମୁଁ ଖୋଜୁଥାଏ ରେ

ବରଷାରେ ଭିଜି ନାଚୁଥାଉ ଯେବେ

ଓଢ଼ଣୀ ତୋର ଉଡ଼େଇ

ଅଜଣା ଉତ୍ତାପ ଦେହସାରା ମୋର ନେବାକୁ ତତେ କୋଳେଇ

ହଁ, ଅଣଦେଖା କରି ଚାଲିଯାଉ ଯେବେ

ପାଖକୁ ମୋର ନ ଆସି

ରାଗରେ ମୁଁ ଜଳେ, ମନ ମରିଯାଏ

ଲୁହରେ ମୁଁ ଯାଏ ଭିଜି

ତୋ ସାଥେ ଏ ଭାବ ଶହେ ଜନମର

ଯେତେ ଦେଖୁଥିଲେ ଖୋଜେ ବାର ବାର

ରହିଯା ତୁ ଆସି ମୋର ଛାତି ଭିତରେ

ତୋଫା-ତୋଫା ଚାନ୍ଦିନୀରେ

ଝୁମା-ଝୁମା ପବନରେ

ତୋ ଦେହର ପରଶ

ମୁଁ ଖୋଜୁଥାଏ ରେ

ତୋଫା-ତୋଫା ଚାନ୍ଦିନୀରେ

ଝୁମା-ଝୁମା ପବନରେ

ତୋ ଦେହର ପରଶ

ମୁଁ ଖୋଜୁଥାଏ ରେ

କହିଦେ ତୁ କେବେ ଆସିବୁ ରେ ଚାଲି

ଏଇ ଅଗଣାକୁ ମୋର

ପ୍ରୀତି ଝୁଲଣାରେ ଝୁଲେଇବୁ ନେଇ

ପିନ୍ଧେଇ ଶଙ୍ଖା ସିନ୍ଦୂର

କେତେ ଅଛୁ ଖୁସି କହିଯା ତୁ ଥରେ

ପାଇଛୁ ପ୍ରଥମ ପ୍ରେମ

ସରିଛି ତୋ କଷ୍ଟ ନାହିଁ ଅବଶୋଷ

ଯାଇଛି ଭରି ତୋ ମନ

ହୃଦୟ ମୋ ନେଇଛୁ ତୁ ଚୋରେଇ

ତୋ ବିନା କ୍ଷଣେ ମୁଁ ରହି ପାରୁନାହିଁ

ବେଗେ ଆସି ତୁ ମତେ ଏଠୁ ନେ ରେ

ତୋଫା-ତୋଫା ଚାନ୍ଦିନୀରେ

ଝୁମା-ଝୁମା ପବନରେ

ତୋ ଦେହର ପରଶ

ମୁଁ ଖୋଜୁଥାଏ ରେ

ତୋଫା-ତୋଫା ଚାନ୍ଦିନୀରେ

ଝୁମା-ଝୁମା ପବନରେ

ତୋ ଦେହର ପରଶ

ମୁଁ ଖୋଜୁଥାଏ ରେ

Mais de S Jitu/Aseema Panda

Ver todaslogo