menu-iconlogo
huatong
huatong
Тексты
Записи
ତୋ ସାଥିରେ ଚାଲିଯାଏ ଅବୁଝା ଏ ମନ

ନ ଚାହିଁବି ବାନ୍ଧିଯାଏ ଅଜଣା ବନ୍ଧନ

ତୋ ପାଖରେ ଥିଲେ ଲାଗେ ଛାତିର ସ୍ପନ୍ଦନ

କେବେ ସେ ଚଞ୍ଚଳ ପୁଣି ଶୀତଳ ସେ ଜହ୍ନ

ଅଚିହ୍ନା ଏ ଶ୍ରାବଣର ଲାଜୁଆ ବରଷାରେ

ଦେଖି ମତେ ତୁ ହସୁ ନା ଉପହାସ କରୁ ରେ?

କାଚ ଆଇନାଟେ କରି ସଜେଇବି ଘରେ

ନିତି ଦେଖୁଥିବି ମତେ ତୋ ଭିତରେ

କାଚ ଆଇନାଟେ ହେଇ ରହିବି ତୋ ଘରେ

ନିତି ଦେଖୁଥିବି ତତେ ମୋ ଭିତରେ

ଆକାଶକୁ ଦେଖୁ ଦେଖୁ ହଜିଗଲିଣି

ଭାବୁ ଭାବୁ ଭାବନା ମୋ ସରିଗଲାଣି

କଥା ପଦେ ଓଠ ମୋର କହି ପାରୁନି

ସବୁ ଭାଷା ମୋର ଭାବ ହରା ହେଇଗଲେଣି

ପ୍ରେମର ସେ ତକିଆରେ ମଥାକୁ ଥୋଇ ରେ

ନିଦୁଆ ଏ ଆଖିରେ ଖାଲି ତତେ ହି ଦେଖେ ରେ

କାଚ ଆଇନାଟେ ହେଇ ରହିବି ତୋ ଘରେ

ନିତି ଦେଖୁଥିବି ତତେ ମୋ ଭିତରେ

କାଚ ଆଇନାଟେ କରି ସଜେଇବି ଘରେ

ନିତି ଦେଖୁଥିବି ମତେ ତୋ ଭିତରେ

ଅଣଦେଖା ଆଉ ତତେ କରି ପାରୁନି

ନିଜଠୁ ବି ଅଧିକା ତୁ ହେଇଗଲୁଣି

ବଞ୍ଚିବାର ଇଚ୍ଛା ଏବେ ବଢି ଗଲାଣି

ଦୁଇ ହୃଦୟର ସୀମାରେଖା ମିଶି ଗଲାଣି

ହଁ, ପାଇଛି ସବୁ ପାଇଛି ଆଜି ତତେ ପାଇ ପାଖରେ

ପ୍ରେମର ପରିଭାଷା ମୁଁ ଲାଗେ ଆଜି ବୁଝିଗଲି ରେ

କାଚ ଆଇନାଟେ କରି ସଜେଇବି ଘରେ

ନିତି ଦେଖୁଥିବି ମତେ ତୋ ଭିତରେ

କାଚ ଆଇନାଟେ ହେଇ ରହିବି ତୋ ଘରେ

ନିତି ଦେଖୁଥିବି ତତେ ମୋ ଭିତରେ

Еще от Sourav Bharadwaj/Ananya Sritam Nanda

Смотреть всеlogo