menu-iconlogo
huatong
huatong
avatar

Madhaba he madhaba...Odia bhajan

PRASANT-HAL-ODISHAhuatong
rxbobmyershuatong
เนื้อเพลง
บันทึก
ମାଧବ ହେ ମାଧବ

ମାଧବ ମାଧବ ହେ ମାଧବ

ମୁଠେ ପଖାଳରେ ପେଟ ପୁରେ ମୋର--୨

ଛପନ ଭୋଗରେ ନାହିଁତ ଲୋଭ..

ମାଧବ ହେ ମାଧବ ହେ ମାଧବ

ମାଧବ ହେ ମାଧବ

ଝାଟି ମାଟି ଘରେ ସବୁ ସୁଖ ମୋର--୨

ରାଜ ମହଲରେ ନାହିଁତ ଲୋଭ..

ମାଧବ ହେ ମାଧବ ହେ ମାଧବ

ମାଧବ ହେ..ମାଧବ

ବାଟିଏ ସମ୍ପତି ଲୋଡ଼ା ନାହିଁ ମୋର

ଦିପାଦ ମାଟିରେ ହେଇଛି ଠିଆ

ମିଛରେ କାହିଁକି ଲୋଭ କରିବିରେ

ଏ ଦେହରେ ଦିନେ ଲାଗିବ ନିଆଁ

ଖଣ୍ଡିଏ ଲୁଗାରେ ଲାଜ ଲୁଚେ ମୋର--୨

ଖଣ୍ଡୁଆ ପାଟରେ ନାହିଁତ ଲୋଭ..

ମାଧବ ହେ ମାଧବ ହେ ମାଧବ

ମାଧବ ହେ..ମାଧବ

ତୋ ଜାଗାରେ ତୁ ଭଲରେ ଅଛୁରେ

ମୋ ଜାଗାରେ ମୁଁ ଭଲରେ ଅଛି

ହୋ..ଯେତିକି ଦେଇଛୁ ସେତିକିରେ ଶାନ୍ତି

ବେଶି ଆଉ ତୋତେ ମାଗୁନି କିଛି

ଛିଣ୍ଡା ମସିଣାରେ ସୁଖ ନିଦ ମୋର--୨

ରତନ ଖଟରେ ନାହିଁତ ଲୋଭ..

ମାଧବ ହେ ମାଧବ ହେ ମାଧବ

ମାଧବ ହେ..ମାଧବ

ମୁଠେ ପଖାଳରେ ପେଟ ପୁରେ ମୋର--୨

ଛପନ ଭୋଗରେ ନାହିଁତ ଲୋଭ..

ମାଧବ ହେ ମାଧବ ହେ ମାଧବ

ମାଧବ ହେ..

ମାଧବ--୩

เพิ่มเติมจาก PRASANT-HAL-ODISHA

ดูทั้งหมดlogo