ଯେଉଁ ବାଟରେ ତୁ ଯାଉ, ଫୁଲ ବିଞ୍ଚି-ବିଞ୍ଚି ଥାଉ
ଏତିକି ମୁଁ ଚାହେଁ
ସେ ଦିନଟିଏ ହେଉ ଅବା ବରଷଟେ ହେଉ
ତୋ ପାଖେ-ପାଖେ ଥାଏ
ମୋ ହୃଦୟର ଗଳିରେ, ନୂଆ-ନୂଆ ପ୍ରେମ ମେଳାରେ
ହସି-ହସି ଆସୁ ଯେବେ ତୁ
ସେ ନୀଳମିଶା ଶାଢ଼ୀରେ, ହଳଦୀ ତୋ ଦେହରେ
ମାଖି-ମାଖି ଯେବେ ଦେଖେ ତତେ ମୁଁ
ଲାଗୁ ରାଣୀ ତୁ, ମୋ ରାଣୀ ତୁ, ମୋ ସପନର ରାଣୀ
ତୁ ମୋ ପରୀ, ତୁ ମୋ ପରୀ, ତୁ ମୋ ସପନର
ହସି-ଖେଳି ଥିଲେ ଆମେ, ପ୍ରେମର ସେଇ ବାଲିଘରେ
ଲେଖିଥିଲେ ସେଠି କିଛି ନୂଆ ଗୋଟେ କଲମରେ
ହସି-ଖେଳି ଥିଲେ ଆମେ, ପ୍ରେମର ସେଇ ବାଲିଘରେ
ଲେଖିଥିଲେ ସେଠି କିଛି ନୂଆ ଗୋଟେ କଲମରେ
ହଁ, ସେବେର ସେ କଥାରେ କେତେ ମଜା ଭରିଥିଲା
ଭାବି-ଭାବି ଖୁସି ହେଉଥିଲି ମୁଁ
ଏବେ ମେହେନ୍ଦୀର ଆସରେ, ପାଦେ ଅଳତା ତୁ ନାଇ ରେ
ପୁଣି ଝୁଣ୍ଟିଆ ପିନ୍ଧି ଯେବେ ଆସୁ ତୁ
ଭେଟିଥିଲେ ଆମେ ଦୁହେଁ ଦୁହିଁଙ୍କୁ, ଉତ୍ସବର ଗୋଟେ ପରବରେ
ହସିଥିଲେ ଦେଖି ଦୁହେଁ ଦୁହିଁଙ୍କୁ, ନୀରବର ଏକ ଛାଇତଳେ
ଭେଟିଥିଲେ ଆମେ ଦୁହେଁ ଦୁହିଁଙ୍କୁ, ଉତ୍ସବର ଗୋଟେ ପରବରେ
ହସିଥିଲେ ଦେଖି ଦୁହେଁ ଦୁହିଁଙ୍କୁ, ନୀରବର ଏକ ଛାଇତଳେ
ତୋ ହୃଦୟର ଗଳିରେ, ନୂଆ ନୂଆ ପ୍ରେମ ମେଳାରେ
ହସି-ହସି ଆସେ ଯେବେ ମୁଁ
ସେ ନୀଳମିଶା ଶାଢ଼ୀରେ, ହଳଦୀ ମୋ ଦେହରେ
ମାଖି-ମାଖି ଯେବେ ଦେଖୁ ମୋତେ ମୁଁ
ଲାଗେ ରାଣୀ ମୁଁ, ତୋ ରାଣୀ ମୁଁ, ତୋ ସପନର ରାଣୀ ମୁଁ
ତୋ ପରୀ ମୁଁ, ତୋ ପରୀ ମୁଁ, ତୋ ସପନର