menu-iconlogo
huatong
huatong
avatar

Jagannathe Ho Mu Jadi Tama

Namita Agrawalhuatong
📴ᴅʀ.ᴩᴀɴᴅᴀ🎼M3S🎼huatong
Şarkı Sözleri
Kayıtlar
ଜଗନ୍ନାଥେ ହୋ.....

ମୁଁ ଯଦି ତମ ଝିଅ ହୁଅନ୍ତି

ଜଗନ୍ନାଥେ ହୋ.....

ମୁଁ ଯଦି ତମ ଝିଅ ହୁଅନ୍ତି

ବଡ଼ ଦେଉଳରେ ନାଚି ବୁଲନ୍ତି

କଳପ ବଟରେ ଦୋଳି ଖେଳନ୍ତି

ଷାଠିଏ ପଉଟି ଭୋଗ ପେଟେ ଖାଇ

ଲକ୍ଷ୍ମୀ ମା କୋଳେ ଶୋଇପଡ଼ନ୍ତି

ଜଗନ୍ନାଥେ ହୋ.....

ମୁଁ ଯଦି ତମ ଝିଅ ହୁଅନ୍ତି

ଜଗନ୍ନାଥେ ହୋ ଜଗନ୍ନାଥେ

ମୁଁ ଯଦି ତମ ଝିଅ ହୁଅନ୍ତି

ସକାଳୁ ଉଠନ୍ତି ମୁଁହ ମୁଁ ଧୁଅନ୍ତି

ନରେନ୍ଦ୍ର ଜଳରେ ଯାଇ

ଯେତେ ଥର ଭୋଗ ସେତେ ମୁଁ ଖାଆନ୍ତି

ଜଗମୋହନରେ ଥାଇ

ସକାଳୁ ଉଠନ୍ତି ମୁଁହ ମୁଁ ଧୁଅନ୍ତି

ନରେନ୍ଦ୍ର ଜଳରେ ଯାଇ

ଯେତେ ଥର ଭୋଗ ସେତେ ମୁଁ ଖାଆନ୍ତି

ଜଗମୋହନରେ ଥାଇ

ଗାଳି ଦେଲେ ତମେ ରୁଷି ବସନ୍ତି

ହସି ଦେଲେ ପାଦେ ଲୋଟି ଯାଆନ୍ତି

ମନ ଖୁସି ଥିଲେ ବାଇଶି ପାହାଚେ

ଉପରୁ ତଳକୁ ଗଡ଼ି ଯାଆନ୍ତି

ଜଗନ୍ନାଥେ ହୋ.....

ମୁଁ ଯଦି ତମ ଝିଅ ହୁଅନ୍ତି

ଜଗନ୍ନାଥେ ହୋ ଜଗନ୍ନାଥେ

ମୁଁ ଯଦି ତମ ଝିଅ ହୁଅନ୍ତି

ତୁମ ବଡ଼ ଦାଣ୍ଡ ଧୂଳିରେ ଠାକୁର

କରନ୍ତି ମୁଁ ଧୂଳିଘର

ଭକତ ପାଦରେ ଭାଙ୍ଗିଯିବ ଯଦି

କହିବି ତୁମ ଆଗର

ତୁମ ବଡ଼ ଦାଣ୍ଡ ଧୂଳିରେ ଠାକୁର

କରନ୍ତି ମୁଁ ଧୂଳିଘର

ଭକତ ପାଦରେ ଭାଙ୍ଗିଯିବ ଯଦି

କହିବି ତୁମ ଆଗର

ଭାଙ୍ଗି ଯାଇଥିଲେ ଗଢ଼େଇ ଦବ

ହଜି ଯାଇଥିଲେ ଖୋଜି ଆଣିବ

ମୋର ଏ ଜୀବନ ତୁମ ଚରଣରେ

ସବୁଦିନ ପାଇଁ ଟେକି ଦିଅନ୍ତି

ଜଗନ୍ନାଥେ ହୋ.....

ମୁଁ ଯଦି ତମ ଝିଅ ହୁଅନ୍ତି

ଜଗନ୍ନାଥେ ହୋ.....

ମୁଁ ଯଦି ତମ ଝିଅ ହୁଅନ୍ତି

ଜଗନ୍ନାଥେ ହୋ ଜଗନ୍ନାଥେ

ମୁଁ ଯଦି ତମ ଝିଅ ହୁଅନ୍ତି

Namita Agrawal'dan Daha Fazlası

Tümünü Görlogo