menu-iconlogo
huatong
huatong
odia-bhakti-khata-hela-pache-handika-dahi-hq-clean-track-jp-171653-cover-image

KHATA HELA PACHE HANDIKA DAHI HQ CLEAN TRACK JP 171653

ODIA BHAKTIhuatong
bluepay1huatong
Şarkı Sözleri
Kayıtlar
ଖଟା ହେଲା ପଛେ ହାଣ୍ଡିକ ଦହି

କହ୍ନେଇ ତୋରି ପାଇଁ

ଯମୁନା ଘାଟକୁ ନ ଗଲା ରାଇ

କହ୍ନେଇ ତୋରି ପାଇଁ

ଖଟା ହେଲା ପଛେ ହାଣ୍ଡିକ ଦହି

କହ୍ନେଇ ତୋରି ପାଇଁ

ଯମୁନା ଘାଟକୁ ନ ଗଲା ରାଇ

କହ୍ନେଇ ତୋରି ପାଇଁ

ଦହି ହେଉଥୁଲା, ଯେତିକି ଖଟାରେ

ପ୍ରୀତି ଲାଗୁଥିଲା ସେତିକି ମିଠା

ଦହି ହେଉଥିଲା,ଯେତିକି ଖଟାରେ

ପ୍ରୀତି ଲାଗୁଥିଲା ସେତିକି ମିଠା

ମିଛ କହୁଥିଲା , ଶାଶୁ କୁ ଚାହିଁ

କହ୍ନେଇ ତୋରି ପାଇଁ

ଖଟା ହେଲା ପଛେ ହାଣ୍ଡିକ ଦହି

କହ୍ନେଇ ତୋରି ପାଇଁ

କହ୍ନେଇ ତୋରି ପାଇଁ

ଯିଏ ଯେତେ ଯାଉ , ଦହି ବିକିବାକୁ

ଶୁଭେନା କାହାରି ନାଁ

ରାଧା ଯେବେ ଯାଏ, ଦହି ବିକିବାକୁ

ଫାଟେ ଗୋପପୁର ଗାଁ

ଯିଏ ଯେତେ ଯାଉ, ଦହି ବିକିବାକୁ

ଶୁଭେନା କାହାରି ନାଁ

ରାଧା ଯେବେ ଯାଏ, ଦହି ବିକିବାକୁ

ଫାଟେ ଗୋପପୁର ଗାଁ

ବାଟେ ଗଲା ଲୋକ ରାଧାକୁ ଚାହେଁ ରେ

ପାଟିରେ ନକହି ଆଖିରେ କହେ

ବାଟେ ଗଲା ଲୋକ ରାଧାକୁ ଚାହେଁ ରେ

ପାଟିରେ ନକହି ଆଖିରେକହେ

ରାଧା କାନ୍ଦୁଥିଲା ମୁହଁ ଲୁଚେଇ

କହ୍ନେଇ ତୋରି ପାଇଁ

ଖଟା ହେଲା ପଛେ ହାଣ୍ଡିକ ଦହି

କହ୍ନେଇ ତୋରି ପାଇଁ

କହ୍ନେଇ ତୋରି ପାଇଁ

ଆଉ କାହା ଦହି ଟିକେ ଖଟା ହେଲେ

ରୁଚେନା ତୁଣ୍ଡକୁ ତୋର

ରାଧା ରାଣୀ ଦହି ଯେତେ ଖଟା ହେଲେ

ଲାଗେ ସେ ତତେ ମଧୁର

ଆଉ କାହା ଦହି ଟିକେ ଖଟା ହେଲେ

ରୁଚେନା ତୁଣ୍ଡକୁ ତୋର

ରାଧା ରାଣୀ ଦହି ଯେତେ ଖଟା ହେଲେ

ଲାଗେ ସେ ତତେ ମଧୁର

ଗୋପରୁ ଆସି ତୁ ପୁରୀରେ ରହିରେ

ରାଧିକା ଦହିକୁ ଭୁଲିଲୁ ନାହିଁ

ଗୋପରୁ ଆସି ତୁ ପୁରୀରେ ରହିରେ

ରାଧିକା ଦହିକୁ ଭୁଲିଲୁ ନାହିଁ

ବାଟ ଜଗେ ରାଧା ମାଣିକ ହୋଇ

କହ୍ନେଇ ତୋରି ପାଇଁ

ଖଟା ହେଲା ପଛେ ହାଣ୍ଡିକ ଦହି

କହ୍ନେଇ ତୋରି ପାଇଁ

ଯମୁନା ଘାଟକୁ ନ ଗଲା ରାଇ

କହ୍ନେଇ ତୋରି ପାଇଁ

ଦହି ହେଉଥିଲା , ଯେତିକି ଖଟାରେ

ପ୍ରୀତି ଲାଗୁଥିଲା ସେତିକି ମିଠା

ଦହି ହେଉଥିଲା ଯେତିକି ଖଟାରେ

ପ୍ରୀତି ଲାଗୁଥିଲା ସେତିକି ମିଠା

ମିଛ କହୁଥିଲା, ଶାଶୁ କୁ ଚାହିଁ

କହ୍ନେଇ ତୋରି ପାଇଁ

ଖଟା ହେଲା ପଛେ ହାଣ୍ଡିକ ଦହି

କହ୍ନେଇ ତୋରି ପାଇଁ

ଯମୁନା ଘାଟକୁ ନ ଗଲା ରାଇ

କହ୍ନେଇ ତୋରି ପାଇଁ

ଖଟା ହେଲା ପଛେ ହାଣ୍ଡିକ ଦହି

କହ୍ନେଇ ତୋରି ପାଇଁ

କହ୍ନେଇ ତୋରି ପାଇଁ,

କହ୍ନେଇ ତୋରି ପାଇଁ

କହ୍ନେଇ ତୋରି ପାଇଁ

ODIA BHAKTI'dan Daha Fazlası

Tümünü Görlogo

Beğenebilirsin