ତୁ ବୁଣି ହେଇଗଲୁ ମୋ ବାଟ ସାରା
ମୁଁ ସାଉଁଟି ଚାଲୁଛି ତତେ
ତୁ ବୁଣି ହେଇଗଲୁ ମୋ ହାତ ସାରା
ମୁଁ ମେହେନ୍ଦି କରିଛି ତତେ
ଏମିତି ତୁ ମହକି ଗଲୁ
ଏମିତି ତୁ ଚହଟି ଗଲୁ
ଏମିତି ତୁ ଚମକ ଦେଲୁ
ମୁଁ ଭଲ ପାଇଗଲି ରେ ତତେ
ତୁ ବୁଣି ହେଇଗଲୁ ମୋ ହାତ ସାରା
ମୁଁ ମେହେନ୍ଦି କରିଛି ତତେ
ମୁଁ ମେହେନ୍ଦି କରିଛି ତତେ
ନା ମୁଁ ଥିଲି ଭାବି
ନା ତୁ ଥିଲୁ ଭାବି
ଏତେ ସୁନ୍ଦର ଏ ପ୍ରେମ ପୃଥିବୀ
ନା ମୁଁ ଥିଲି ଜାଣି
ନା ତୁ ଥିଲୁ ଜାଣି
ପ୍ରେମରେ ମନଟା ଲାଗେ शराबी
ଏମିତି ତୁ ବରଷି ଗଲୁ
ଏମିତି ତୁ ଭରସା କଲୁ
ଏମିତି ତୁ ଇଶାରା ଦେଲୁ
ମୁଁ ଭଲ ପାଇଗଲି ରେ ତତେ
ତୁ ବୁଣି ହେଇଗଲୁ ମୋ ଆଖି ସାରା
ମୁଁ ସପନ ଦେଖୁଛି ତତେ
ମୁଁ ସପନ ଦେଖୁଚି ତତେ
ନା ମୁଁ ଡାକିଥିଲି
ନା ତୁ ଡ଼ାକିଥିଲୁ
ଦୁହେଁ ଚାହିଁଦେଲେ ପଛକୁ ଫେରି
ହୋ, ନା ମୁଁ କହିଥିଲି
ନା ତୁ କହିଥିଲୁ
ଦୁହିଁଙ୍କୁ ଶୁଭିଲା ଏକା शायरी
ହଁ, ଏମିତି ତୁ ରଙ୍ଗେଇ ଦେଲୁ
ସପନରେ ଟଙ୍ଗେଇ ଦେଲୁ
ଏମିତି ତୁ ଆସରା ଦେଲୁ
ମୁଁ ଭଲ ପାଇଗଲି ରେ ତତେ
ତୁ ବୁଣି ହେଇଗଲୁ ମୋ ବାଟ ସାରା
ମୁଁ ସାଉଁଟି ଚାଲୁଛି ତତେ
ମୁଁ ସାଉଁଟି ଚାଲୁଛି ତତେ