menu-iconlogo
huatong
huatong
shasank-sekhar-to-akhi-nila-kain-cover-image

To Akhi Nila Kain

Shasank Sekharhuatong
delanojoehuatong
Şarkı Sözleri
Kayıtlar
ଧୀରେ-ଧୀରେ ଯେବେ ଚାଲିଯାଉ ମୋ ହୃଦୟ ବାଟ ଦେଇ

ଭାବନା ରଙ୍ଗରେ ଭିଜିଯାଏ କେବେଳ ତୋରି ପାଇଁ

ଦେଖୁ-ଦେଖୁ ଯେବେ ହସିଦଉ ମୋ ଆଡ଼କୁ ଚାହିଁ-ଚାହିଁ

ଲାଗେ ସତେ ମୋ ଜୀବନରେ ଆସିଲୁ ଫଗୁଣ ହୋଇ

ସପନର ସହରେ ତୋତେ ପାଇଲା ପରେ

ମନ ରହୁଛି ଯାଇ ଏବେ ତୋ ପାଖରେ

ପ୍ରେମଋତୁଟିଏ ତୋ ଖବର ନେଇ ଆସେ ପରା ରହି-ରହି

ତୋ ଆଖି ନୀଳକଇଁ, ତୋ ମୁହଁ ଜହ୍ନ ଛାଇ

ତୋ ରୂପ ରୂପା-ନଈ, ତୋ ହସ ହୀରା ଖଈ

ତୋ ଆଖି ନୀଳକଇଁ, ତୋ ମୁହଁ ଜହ୍ନ ଛାଇ

ତୋ ରୂପ ରୂପା-ନଈ, ତୋ ହସ ହୀରା ଖଈ

କଉ ସରଗର ସଜଫୁଟା ପାରିଜାତ ଟିଏ ତୁ?

ତୋ ପ୍ରେମରେ ହଜିଗଲା ପରେ ନିଜକୁ ଭୁଲିଛି ମୁଁ

ସାତ ସୁର ମିଶା ଏଇ ଜୀବନରେ ମିଠା ଗୀତଟେ ତୁ

ସେଇ ଗୀତ ଗାଇଦେଲା ପରେ ତୋ ପାଇଁ ଜିଉଁଛି ମୁଁ

ପ୍ରେମ ନଈକୂଳେ, ଖାଲି ତୋ ସାଥିରେ

ଚାହିଁ ରହିବା ପାଇଁ, ମୁଁ ସବୁ ଜନମରେ

ଅମାପ ଖୁସିରେ ମନ ଝୁମିଯାଏ, ଏ କି ଛୁଆଁ ଗଲୁ ଦେଇ?

ତୋ ଆଖି ନୀଳକଇଁ, ତୋ ମୁହଁ ଜହ୍ନ ଛାଇ

ତୋ ରୂପ ରୂପା-ନଈ, ତୋ ହସ ହୀରା ଖଈ

ତୋ ଆଖି ନୀଳକଇଁ, ତୋ ମୁହଁ ଜହ୍ନ ଛାଇ

ତୋ ରୂପ ରୂପା-ନଈ, ତୋ ହସ ହୀରା ଖଈ

ଛଅ ଋତୁ ପରେ ମୋ ଜୀବନେ ସପ୍ତମ ଋତୁଟେ ତୁ

ଏମିତି କିମିଆଁ କରିଦେଲୁ ହେଇଗଲି ତୋର ମୁଁ

ରୂପ ରାଇଜର ରାଜକୁମାରି, ରୂପେଲି ଝରଣା ତୁ

ତୋରି ରୂପର ରାଜଉଆସେ ରଜାପୁଅ ଟିଏ ମୁଁ

ତୋ ଭରସାରେ ମୁଁ ବାଟ ଚାଲୁଥିବି

ହସରେ, ଲୁହରେ, ତୋ ପାଖେ-ପାଖେ ଥିବି

ଏମିତି ଆସି ତୁ ଜୀବନଟେ ସାଜି ହୃଦୟରେ ଗଲୁ ରହି

ତୋ ଆଖି ନୀଳକଇଁ, ତୋ ମୁହଁ ଜହ୍ନ ଛାଇ

ତୋ ରୂପ ରୂପା-ନଈ, ତୋ ହସ ହୀରା ଖଈ

ତୋ ଆଖି ନୀଳକଇଁ, ତୋ ମୁହଁ ଜହ୍ନ ଛାଇ

ତୋ ରୂପ ରୂପା-ନଈ, ତୋ ହସ ହୀରା ଖଈ

ତୋ ରୂପ ରୂପା-ନଈ, ତୋ ମୁହଁ ଜହ୍ନ ଛାଇ

ତୋ ଆଖି ନୀଳକଇଁ, ତୋ ହସ ହୀରା ଖଈ

Shasank Sekhar'dan Daha Fazlası

Tümünü Görlogo