menu-iconlogo
huatong
huatong
bhakti--cover-image

ତୁମକୁ ଦେଖିଲେ

Bhaktihuatong
62106609599huatong
بول
ریکارڈنگز
ତୁମକୁ ଦେଖିଲେ ମାଗିହୁଏ ନାହିଁ କିଛି

ତୁମକୁ ଜାଚିଲେ ଦେଇହୁଏ ନାହିଁ କିଛି

ତୁମକୁ ଦେଖିଲେ ମାଗିହୁଏ ନାହିଁ କିଛି

ତୁମକୁ ଜାଚିଲେ ଦେଇହୁଏ ନାହିଁ କିଛି

ଏତିକି ଜାଣିଛି ଏତିକି ବୁଝିଛି--୨

ତୁମରି କରୁଣା ବିନ୍ଦୁରେ ବିନ୍ଦୁରେ ପ୍ରଭୁହେ

ଜୀବନ ସିନ୍ଧୁମୋ ଉଛୁଳୁଛି--୨

ତୁମକୁ ଦେଖିଲେ ମାଗିହୁଏ ନାହିଁ କିଛି

ତୁମକୁ ଜାଚିଲେ ଦେଇହୁଏ ନାହିଁ କିଛି

ତୁମେତ ରହିଛ ହସରେ ମୋର

ଫୁଲର ପାଖୁଡ଼ା ପରି

ତୁମେତ ଝରୁଛ ଲୁହରେ ମୋର

ସକାଳ କାକର ପରି

ତୁମେତ ରହିଛ ହସରେ ମୋର

ଫୁଲର ପାଖୁଡ଼ା ପରି

ତୁମେତ ଝରୁଛ ଲୁହରେ ମୋର

ସକାଳ କାକର ପରି

ଚାହିଁଲ ଯେମିତି ହେଲିମୁଁ ସେମିତି--୨

ତୁମରି କରୁଣା ମଧୁରେ ମଧୁରେ ପ୍ରଭୁହେ

ଜୀବନ ଇନ୍ଦୁମୋ ଝଟକୁଛି--୨

ତୁମକୁ ଦେଖିଲେ ମାଗିହୁଏ ନାହିଁ କିଛି

ତୁମକୁ ଜାଚିଲେ ଦେଇହୁଏ ନାହିଁ କିଛି

ମାଟିରୁ ଆକାଶ ସବୁଠି ଦେଖ

ତୁମରି ସୁଜନି ଛଟା

ତୁମେତ ଦେଇଛ ନଦୀକୁ ନାଆ

ଫୁଲକୁ ଦେଇଛ କଣ୍ଟା

ମାଟିରୁ ଆକାଶ ସବୁଠି ଦେଖ

ତୁମରି ସୁଜନି ଛଟା

ତୁମେତ ଦେଇଛ ନଦୀକୁ ନାଆ

ଫୁଲକୁ ଦେଇଛ କଣ୍ଟା

ତୁମେତ ଗଢୁଛ ତୁମେହିଁ ଭାଙ୍ଗୁଛ--୨

ତୁମରି ଇଛାର ଖେଳରେ ଖେଳରେ ପ୍ରଭୁହେ

ଜୀବନ କଣ୍ଢେଇ ମୋ ନାଚୁଛି--୨

ତୁମକୁ ଦେଖିଲେ ମାଗିହୁଏ ନାହିଁ କିଛି

ତୁମକୁ ଜାଚିଲେ ଦେଇହୁଏ ନାହିଁ କିଛି

ତୁମକୁ ଦେଖିଲେ ମାଗିହୁଏ ନାହିଁ କିଛି

ତୁମକୁ ଜାଚିଲେ ଦେଇହୁଏ ନାହିଁ କିଛି

ଏତିକି ଜାଣିଛି ଏତିକି ବୁଝିଛି--୨

ତୁମରି କରୁଣା ବିନ୍ଦୁରେ ବିନ୍ଦୁରେ ପ୍ରଭୁହେ

ଜୀବନ ସିନ୍ଧୁମୋ ଉଛୁଳୁଛି--୪

Bhakti کے مزید گانے

تمام دیکھیںlogo