ଉଡି ଗଲା ପକ୍ଷୀ..
ଭାଙ୍ଗି ଦେଇ ତାର..
ଛଳନାର ବାଲିଘର..
ସାଥୀ ଆଜି ଏକା..
ମନରେ ତା କୋହ..
ଆଖିରେ ଲୁହର ଧାର
ଆଖିରେ ଲୁହର ଧାର
ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
କେତେ ଦୁଃଖ କେତେ ଝଡ଼ ସହିଯାରେ
ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
କେତେ ଦୁଃଖ କେତେ ଝଡ଼ ସହିଯାରେ
ଏ ଦୁନିଆ ବୁକୁରେ..
ସାଥୀ ହୀନ ତୋ ଜୀବନେ ପାଇଲୁନି ମମତା
ନାହିଁ ତୋର କପାଳରେ ସିନ୍ଦୂର ଅଳତା
ଶୁଖିଗଲା ଭରା ନଦୀ ମିସିଲାନି ସାଗରରେ
ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
କେତେ ଦୁଃଖ କେତେ ଝଡ଼ ସହିଯାରେ
ଏ ଦୁନିଆ ବୁକୁରେ..
ଭାଙ୍ଗିଗଲା ସବୁ ତୋର ସପନର ସହର
ରହିଗଲା ତୋ ଲାଗି ଜୀବନଟା ଲୁହର
ପଥର ତୁ କରି ଛାତି ପଛ କଥା ଭୁଲିଯାରେ
ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
କେତେ ଦୁଃଖ କେତେ ଝଡ଼ ସହିଯାରେ
ଏ ଦୁନିଆ ବୁକୁରେ..