menu-iconlogo
huatong
huatong
namita-agrawal-sajeibu-nahin-baula-maala-cover-image

Sajeibu Nahin Baula Maala

Namita Agrawalhuatong
mscissythameshuatong
بول
ریکارڈنگز
ସଜେଇବୁ ନାହିଁ ବଉଳ ମାଳ

ଆଖି ମୋର ଲାଖି ଯାଏ କାଳିଆ, ହାଏ ମୁଁ ମରିଯାଏ

ବଜେଇବୁ ନାହିଁ ବଇଁଶୀ ତୋର

ନାଚିବାକୁ ଇଛା ହୁଏ କାଳିଆ, ହାଏ ମୁଁ ମରିଯାଏ

ବେଶ ହବୁ ନାହିଁ

ବେଶ ହବୁ ନାହିଁ ତୋ ବଡ଼ ସିଂହ ର କାଳିଆ ରେ

ଲାଜରେ ମୁଁ ଜଳିଯାଏ କାଳିଆ, ଝୁରି-ଝୁରି ରାତି ପାହେ କାଳିଆ

ମନ ଛଟପଟ ହୁଏ, ହାଏ ମୁଁ ମରିଯାଏ, ମରିଯାଏ, ମରିଯାଏ

ହାଏ ମୁଁ ମରିଯାଏ

ସଜେଇବୁ ନାହିଁ ବଉଳ ମାଳ

ଆଖି ମୋର ଲାଖି ଯାଏ କାଳିଆ, ହାଏ ମୁଁ ମରିଯାଏ

ତୋର ବାଙ୍କ ଚାହାଣୀ ଦେଖି

କିଏ ମନ ନ ବିକି ରହିପାରେ

ତୋର ନାଲି ହସ କୁ ଥରେ

କିଏ ଚାହିଁଲା ପରେ ସହିପାରେ

ହଜେଇବୁ ନାହିଁ

ହଜେଇବୁ ନାହିଁ ତୋ ଛଡ଼ା ତୁଳସୀ କାଳିଆ ରେ

ନିତି ମୁଁ ସାଉଁଟି ନିଏ କାଳିଆ, ମଥା ମଣି କରିଦିଏ କାଳିଆ

ଏଡ଼େ ଭାଗ୍ୟ କାହା ଥାଏ, ହାଏ ମୁଁ ମରିଯାଏ, ମରିଯାଏ, ମରିଯାଏ

ହାଏ ମୁଁ ମରିଯାଏ

ସଜେଇବୁ ନାହିଁ ବଉଳ ମାଳ

ଆଖି ମୋର ଲାଖି ଯାଏ କାଳିଆ, ହାଏ ମୁଁ ମରିଯାଏ

ତୋତେ ଭଲ ପାଇଛି ଯିଏ

ଦୁଃଖ ସହିଛି ସିଏ ମଲାଯାଏ

ସେଇ ଦୁଃଖ ଭିତରେ କେତେ

ସୁଖ ଦେଇଛୁ ମୋତେ ଜାଣେ କିଏ

ସୁଖ ଅବା ଦୁଃଖ

ସୁଖ ଅବା ଦୁଃଖ ଯାହା ଦେ ମୋତେ କାଳିଆ ରେ

ଜୀବ ମୋର ଥିବା ଯାଏ କାଳିଆ, ତୋ ମୁହଁକୁ ଚାହିଁ ଥାଏ କାଳିଆ

ଚାହିଁ-ଚାହିଁ ମରିଯାଏ, ହାଏ ମୁଁ ମରିଯାଏ, ମରିଯାଏ, ମରିଯାଏ

ହାଏ ମୁଁ ମରିଯାଏ

ସଜେଇବୁ ନାହିଁ ବଉଳ ମାଳ

ଆଖି ମୋର ଲାଖି ଯାଏ କାଳିଆ, ହାଏ ମୁଁ ମରିଯାଏ

ବଜେଇବୁ ନାହିଁ ବଇଁଶୀ ତୋର

ନାଚିବାକୁ ଇଛା ହୁଏ କାଳିଆ, ହାଏ ମୁଁ ମରିଯାଏ

ବେଶ ହବୁ ନାହିଁ

ବେଶ ହବୁ ନାହିଁ ତୋ ବଡ଼ ସିଂହ ର କାଳିଆ ରେ

ଲାଜରେ ମୁଁ ଜଳିଯାଏ କାଳିଆ, ଝୁରି-ଝୁରି ରାତି ପାହେ କାଳିଆ

ମନ ଛଟପଟ ହୁଏ, ହାଏ ମୁଁ ମରିଯାଏ, ମରିଯାଏ, ମରିଯାଏ

ହାଏ ମୁଁ ମରିଯାଏ

ହାଏ ମୁଁ ମରିଯାଏ

ହାଏ ମୁଁ ମରିଯାଏ

Namita Agrawal کے مزید گانے

تمام دیکھیںlogo