M-ସିନ୍ଦୁରକୁ ଚନ୍ଦନ ମମତାର ବନ୍ଧନ
ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
F-ସିନ୍ଦୁରକୁ ଚନ୍ଦନ ମମତାର ବନ୍ଧନ
ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
M-ରାକ୍ଷୀ ପୁନେଇଁରେ ଝୁରୁଥିଲା ଭଉଣୀ ମନ x2
F-ଭାଇ ଆଣିଦେଲା ପୁରୁଣା ଦିନ
M-ହୋ...ଭାଇ ଆଣିଦେଲା ପୁରୁଣା ଦିନ
F--ସିନ୍ଦୁରକୁ ଚନ୍ଦନ ମମତାର ବନ୍ଧନ
ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
M--ହୋ...ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
M-ପିଲାବେଳ ଧୂଳିଖେଳ ଓଳି ଅଝଟ, ବାପାଙ୍କ ଛାଟ ବେଳେ ବୋଉ ଆକଟ
F-କାଗଜର ଡଙ୍ଗାଭସା ବରସା ବେଳ, ଜେଜେଙ୍କ ଗାଳି ପରେ ଜେଜେ ମା କୋଳ
M--ରାକ୍ଷୀ ପୁନେଇଁରେ ଖୋଜୁଥିଲା ଭଉଣୀ ମନ x2
F-ଭାଇ ଆଣିଦେଲା ପୁରୁଣା ଦିନ
M--ହୋ...ଭାଇ ଆଣିଦେଲା ପୁରୁଣା ଦିନ
F-ସିନ୍ଦୁରକୁ ଚନ୍ଦନ ମମତାର ବନ୍ଧନ
ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
M-ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
F--ଲୁଡୁ ଖେଳ କଳିଗୋଳ କଟି ଅପଡ, ସବୁ ଭୁଲି ଯାଇ ପୁଣି ଏକାଠି ମେଳ
M-ସରଧାର ସରାଗର ଅଲିଭା ସତ ଭାଇ ଭଉଣୀ ସ୍ନେହର ଅଭୁଲା ଗପ
F-ରାକ୍ଷୀ ପୁନେଇଁରେ ଝୁରୁଥିଲା ଭଉଣୀ ମନ x2
M-ଭାଇ ଆଣିଦେଲା ପୁରୁଣା ଦିନ
F-ହୋ...ଭାଇ ଆଣିଦେଲା ପୁରୁଣା ଦିନ
M-ସିନ୍ଦୁରକୁ ଚନ୍ଦନ ମମତାର ବନ୍ଧନ
ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
F-ସିନ୍ଦୁରକୁ ଚନ୍ଦନ ମମତାର ବନ୍ଧନ
ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
M-ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ
M/F-ଭାଇ ସାଙ୍ଗେ ଭଉଣୀର ସେନେହର ମିଳନ