*ତୋ ରଥ ଯାଉ ଗଡ଼ି, ମୋ ଦୁଃଖ ଯାଉ ସରି*
Lyricist - Saipada Brajamohan
କୋହରେ କୋହରେ ମୋହ ମରିଗଲା
ଦେହ ଦାହ ଖୋଜିଲାଣି,
ଭୋକରେ ଭୋକରେ ଭେକ ପଖାଳି ସେ
ନିଆଁ ନାଆ ଖୋଜିଲାଣି;
କୋହରେ କୋହରେ ମୋହ ମରିଗଲା
ଦେହ ଦାହ ଖୋଜିଲାଣି,
ଭୋକରେ ଭୋକରେ ଭେକ ପଖାଳି ସେ
ନିଆଁ ନାଆ ଖୋଜିଲାଣି;
ଲୁହରେ ଲୁହରେ ମୁହଁ ବତୁରିଲା
ଆଖି ନିଦ ଖୋଜିଲାଣି,
କାଳ ଅକାଳରେ ଖେଳ ସାରିଦେ ରେ
ବ୍ରହ୍ମ ନାଦ ଶୁଭିଲାଣି;
ଯିବି ତୋ ପାଖକୁ କାଳିଆ ଫେରି
ତୋ ରଥ ଯାଉ ଗଡ଼ି, ମୋ ଦୁଃଖ ଯାଉ ସରି ୧
ମୁଁ ମୁଁ କହି ମତି ଭ୍ରମ ହେଲା
ଘର ତୋଳିଲା ମୋ ଅହଙ୍କାର,
ମୋ କର୍ମରେ ଧରମକୁ ବିକି
ତୋ ଭାବରୁ ମୁଁ ହେଲି ଦୂର;
ଜାଣିଲି ଯେବେ ମୁଁ ମାୟା ସାଗରରେ
ତୁ ଏକା ବତୀ ଘର,
ନାନା ମୁନୀ ଦେଲେ ନାନା ମତ
କୋଉ ଠିକଣାରେ ଯିବି ତୋର ?
ନିଜେ ତୁ ନେଇଯା ମୋ ହାତ ଧରି
ତୋ ରଥ ଯାଉ ଗଡ଼ି, ମୋ ଦୁଃଖ ଯାଉ ସରି ୨
କି ସୁଖ ଏ ସମ୍ପର୍କ ବଢ଼ାଏ !
ଦୁଃଖ କରାଏ ସେ ସାତପର,
ମୋ ଭରମ ତୁଟିଗଲା ଯେବେ
ଫେରେଇ ଗଲେ ସବୁ ନଜର;
ନିଜର ବୋଲି ମୁଁ ତତେ ଭାବେ ଏବେ
ଆଶା କରିବୁନି ଦୂର,
ହାତ ବଢ଼େଇ ତୁ କୋଳେଇ ନେ ଆଜି,
କଣ୍ଠ ଭଜୁ ନାଆଁ ତୋର,
ଜଗତ ର ନାଥ କର ହେ ପାରି
ତୋ ରଥ ଯାଉ ଗଡ଼ି, ମୋ ଦୁଃଖ ଯାଉ ସରି ୩