menu-iconlogo
huatong
huatong
Lời Bài Hát
Bản Ghi
ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍

ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍

ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍

ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍

ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍

ଧୁମ୍-ପା-ଚିକ୍-ଧୁମ୍, ପା-ଚିକ୍-ଧୁମ୍

ଏ, ଏ-ଏ-ଏ, ଓ-ଓ-ଓ-ଓ-ଓ

ଏ ସୁନେଲି-ଖରା ଆଉ ଟିକି ଫୁଲକୁ

ଡେଣା ତଳେ ନେଇଯା ବାୟା ଘରଚଟିଆ, ହୋ

ଏ ସୁନେଲି-ଖରା ଆଉ ଟିକି ଫୁଲକୁ

ଡେଣା ତଳେ ନେଇଯା ବାୟା ଘରଚଟିଆ

ଉଡିଯା', ବନ-ଭୂଇଁ ଡେଗିଯା'

ଏ ଆମ୍ବ-ବଉଳ, ବିଲ, ପାହାଡ଼ ନାଚେ ଢ଼େମସା ନାଚେ ରେ

ମୁଇଁ ଦେଶିଆ ବାଜିଲେ ତୁରୀ ନନା ଢ଼େମସା ନାଚେ ରେ

ଅଜଣା ଚେହେରା ଆପଣାର ଭାବି

ତୋ କାନ୍ଧରେ ଶୋଇରହେ ମଥା ରଖେ

ପାଣିକୁଆ ଭଳି ଡୁବିଯାଏ ଗାଡ଼ି

ବାଟସାରା ଏତେ କାଇଁ ଖେଳେ ରାମଦୋଳି?

ବଗୁଲା ପିଲାର ତୁ ଦୁଇ କାନକୁ ଧରି

ଟାଣିନେଲା ଭଳି ରେ ନିଜ ମନକୁ ଟାଣି

ଫେରିଯା', ତୋ ସହର ଫେରିଯା'

ତୁ କେଉଟ ହାତେ ଜାଲ ନଦେଖି ମଲା-ମାଛ ପରି ହଉ ରେ

କଣ୍ଟେଇ କୋଳି ଖାଇବା ପାଇଁ tissue-paper ମାଗୁ ରେ

ଫେରିଯିବାକୁ ମନ ବୋଳା, ଏ ଘର-ଚଟିଆ

ନାହିଁ ତୋ'ଲାଗି ନିଡ଼ ଏଠି, ତୋ ବାଟ କାଦୁଆ

ଧଦରା ହଲି ଡଙ୍ଗାକୁ ଭସେଇ

ତୋ ଇଚ୍ଛା ମାନେ କି ହେବେ ରେ ପାରି

ରୁମାଲ-ଚୋରି ଖେଳୁ ନିଜ ସାଥେ

ତୋ ଭାବନାକୁ ନିଜେ ପଛ କରି

ମନ କିଆ ବୁଦାରେ ଜୁଳୁଜୁଳିଆ ହେଇ

କଉ ଭରା ଶ୍ରାବଣେ ଦବୁ ନିଆଁ ଲଗେଇ

ଫେରିଯା', ତୋ ସହର ଫେରିଯା'

ଏ ଆମ୍ବ-ବଉଳ, ବିଲ, ପାହାଡ଼ ନାଚେ ଢ଼େମସା ନାଚେ ରେ

ମୁଇଁ ଦେଶିଆ ବାଜିଲେ ତୁରୀ ନନା ଢ଼େମସା ନାଚେ ରେ

ଏ ଆମ୍ବ-ବଉଳ, ବିଲ, ପାହାଡ଼ ନାଚେ ଢ଼େମସା ନାଚେ ରେ

ମୁଇଁ ଦେଶିଆ ବାଜିଲେ ତୁରୀ ନନା ଢ଼େମସା ନାଚେ ରେ, ଓ-ହୋ

Nhiều Hơn Từ Anurag Das/Gaurav Anand

Xem tất cảlogo