menu-iconlogo
huatong
huatong
sourav-bharadwaj-to-badapana-ku-dhik-cover-image

To Badapana Ku Dhik

Sourav Bharadwajhuatong
mrsandreasfloreshuatong
Lời Bài Hát
Bản Ghi
ତୁ ପାଦ ଟିଏ ମୁଁ ପାଦର ଧୂଳି

କାହିଁକି ଶୁଣିବୁ ମୋ ବିକଳ ଅଳି

ତୁ ବ୍ରହ୍ମ ଦାରୁ ମୁଁ ପାପୀ ମେରୁ

ଭାରି ଖୁସି ହଉ ମୋ ଲୁହ ଢାଳି

ତୋ ବଡପଣ କୁ ଧିକ

ତୋ ବଡଧାମ କୁ ଧିକ

ତୋ ବଡପଣ କୁ ଧିକ

ତୋ ବଡଧାମ କୁ ଧିକ

Q=ଦୁଃଖ ଯଦି ନ ଶୁଣିବୁ

ଶ୍ରୀ ମନ୍ଦିରେ କାଇଁ ବସିଚୁ

ହେ ଜଗା ରେ ହେ ଜଗା ରେ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

ମହାବାହୁ ଡାକି ଯଦି ଲୁହ ପିଇବି

ତୋ ସାଥିରେ କହ କାଇଁ ବନ୍ଧୁ ବାନ୍ଧିବି

ଦବୁ ଚିର ନିଦ୍ରା ମୁଁ ଶୋଇ ପଡିବି

ତୋ ଉପରେ କାଇଁ ଆଉ ଭରଷା ହେବି

ତୋ ବଡନାମ କୁ ଧିକ

ତୋ ବଡକାମ କୁ ଧିକ

ତୋ ବଡନାମ କୁ ଧିକ

ତୋ ବଡକାମ କୁ ଧିକ

Q=ନିଜ ହାତେ ଭାଗ୍ୟ ଲେଖି

ନିଜ ହାତେ ପୋଛି ଦଉଚୁ

ହେ ଜଗାରେ ହେ ଜଗାରେ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

ବିନ୍ଦୁରୁ ତୁ ମୋତେ ଯଦି ଆକାର ଦେଲୁ

ଅବହେଳା ଆଜି କାଇଁ ମତେ କରିଲୁ

କୋଉ ଜନମର ଶତ୍ରୁତା ପାଇଁ କି

ଏ ଜନମେ ମୋ ଉପରେ ଦାଉ ସାଧିଲୁ

ତୋ ବଡନେତ କୁ ଧିକ

ତୋ ବଡତୀର୍ଥ କୁ ଧିକ

ତୋ ବଡନେତ କୁ ଧିକ

ତୋ ବଡତୀର୍ଥ କୁ ଧିକ

Q:ବଡ ବୋଲି ମନ ଇଛା

ସବୁ ମାୟା ଖେଳ ଖେଳୁଛୁ

ହେ ଜଗାରେ ହେ ଜଗାରେ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

ସିଂହ ଦୁଆରକୁ କାଇଁ ଖୋଲା ରଖିଛୁ

Nhiều Hơn Từ Sourav Bharadwaj

Xem tất cảlogo