menu-iconlogo
huatong
huatong
avatar

Kalia Saante Ho

Bhikari Balhuatong
𝓚𝓲𝓼𝓱𝓸𝓻𝓮༺Kᑌᑎᗩ༻💖⌘🅻2🆂♔︎huatong
歌词
作品
କାଳିଆ ସାଆନ୍ତେ ହୋ ... (3)

କାଳିଆ ସାଆନ୍ତେ ହୋ .

ଶୁଣିମା ହେଉ ଗୁହାରି

କାଳିଆ ସାନ୍ତେ ହୋ.

ଶୁଣିମା ହେଉ ଗୁହାରି

ସକାଳ ପହରୁ ତମରି ଦୁଆରେ

ଡାକି ଡାକି ଗଲି ସାରି

ଶୁଣିମା ହେଉ ଗୁହାରି .. ପ୍ରଭୂ

ଶୁଣିମା ହେଉ ଗୁହାରି

ତମକୁ ଭରଷା କରି ହେ ସାଆନ୍ତେ ମୋ ଘରେ ପଶିଲା ପାଣି

ସାନ୍ତେ ହୋ .. ମୋ ଘରେ ପଶିଲା ପାଣି

ଭୋକିଲା ପେଟରେ ଦିନ ମୋ ବିତିଲା (୨)

ବାଇଶି ପାହାଚ ଗଣି

ଟଙ୍କ ତୋରାଣି ରୁ ମିଳିଲାନି ଟୋପେ (୨)

ରଙ୍କ ପଣ ଗଲା ମରି

ଶୁଣିମା ହେଉ ଗୁହାରି .. ପ୍ରଭୂ

ଶୁଣିମା ହେଉ ଗୁହାରି

କାଳିଆ ସାଆନ୍ତେ ହୋ .

ଶୁଣିମା ହେଉ ଗୁହାରି

ବଡ଼ସିଂହାର ବେଶ କୁ ଦେଖିବାକୁ କେତେ କରିଥିଲି ଅଳି (୨)

ଦୂରୁ ଦେଖି ମୋତେ କବାଟ କିଳିଲ, ଦେବାକୁ ପଡିବ ବୋଲି

ଦେଇଥିଲେ ୠଣୀ , ହୋଇ ନଥାନ୍ତି ମୁଁ (୨)

ସୁଝି ଥାନ୍ତି ସେବା କରି

ଶୁଣିମା ହେଉ ଗୁହାରି. . ପ୍ରଭୂ

ଶୁଣିମା ହେଉ ଗୁହାରି

ବଡ଼ଲୋକ ବୋଲି ତମ ନାମେ ପରା ବାଜୁଛି କେତେ ବାଜଣା (୨)

ଦୁଖୀ ଦୁଃଖ ଯେବେ ନବୁଝିଲ ତମେ

କେଉଁ ସାଆନ୍ତ ରେ ଗଣା (୨)

ମିଛେ ସିନା ଟେକି ଅଛ ଦୁଇ ହାତ (୨)

ସତେ କିଛି ଦେଲାପରି ..

ଶୁଣିମା ହେଉ ଗୁହାରି

କାଳିଆ ସାନ୍ତେ ହୋ.

ଶୁଣିମା ହେଉ ଗୁହାରି

ସକାଳ ପହରୁ ତମରି ଦୁଆରେ

ଡାକି ଡାକି ଗଲି ସରି

ଶୁଣିମା ହେଉ ଗୁହାରି .. ପ୍ରଭୂ

ଶୁଣିମା ହେଉ ଗୁହାରି .. ପ୍ରଭୂ

ଶୁଣିମା ହେଉ ଗୁହାରି

更多Bhikari Bal热歌

查看全部logo