ପୁ - ନା ନା ନା ..ନା ନା ନା......ନା ନା
ଝି - ହା..ଆହା. ଆହା ..... ଆ... ଆ..
ପୁ - କେବେଠୁ ଆସିଲ ମୋ ଜୀବନ ରେ
ବଡ଼ କଥା ନୁହେଁ ...
ବଡ଼ କଥା ହେଲା ରହିବ ମୋ ସାଥେ
କେବେ ଯାଏ ...(୨)
ଝି - କେବେଠୁ ଆସିଲି ତମ ଜୀବନ ରେ
ବଡ଼ କଥା ନୁହେଁ ...
ବଡ଼ କଥା ହେଲା ରଖିବ ସାଇତି
କେବେ ଯାଏ ..(୨)
ପୁ - ଆଖି ଆଉ ନିଦ ପରି
ନିଦ ଆଉ ସ୍ବପ୍ନ ପରି
ତମେ ମୋର ଓଠ ଧାରେ ମିଠା ମିଠା ହସ ଟିଏ........
ଝି - ଏମିତି ଏମିତି ହସୁ ଥିବା
ଜି ଥିବା ଯାଏ....
ପୁ - କେବେଠୁ ଆସିଲ ମୋ ଜିବନ ରେ
ବଡ଼ କଥା ନୁହେଁ ...।
।। Music ।।
ପୁ - ତମେ ମୋ ପାଇଁ ମୋତି ର କଣ୍ଢେଇ
ନିଜେ ଯିବି ହଜି ହେଲେ ହଜାଇବି ନାହିଁ .
ଝି - ତମେ ମୋ ସିନ୍ଦୂର ଦେବତା ମୋ ପାଇଁ
ତମେ ହଜି ଯିବ ଗୋ ଜଳିବ ମୋ ଜୁଇ....
ପୁ - ଦେହ ଆଉ ଛାଇ ପରି
ନା ଆଉ ନଈ ପରି
ରହିଥିବା ପାଖା ପାଖି ହଜିବାନି କେହି ଦୁହେଁ.....
ଝି - ଏକାଠି ଏମିତି ପାଖେ ଥିବା
ଜି ଥିବା ଯାଏ ..
ପୁ - ହୋ - କେବାଠୁ ଆସିଲ ମୋ ଜିବନ ରେ.
ବଡ଼ କଥା ନୁହେଁ ..
।। music ।।
ପୁ - ମୋ ଘର କାନ୍ଥରେ ତମେ ଝୋଟି ଚିତା
ତୁଳସୀ ଚଉରା ମୂଳେ ତୁମେହି ସଳିତା..
ଝି - ହୋ - ସଳିତା ପରି ମୁଁ ଜଳି ପଛେ ଯିବି
ଖୁସିର ଆଲୁଅ ମୁଁ ଖୋଜି ଅଣିବି ..
ପୁ - କଥା ଦେବୀ ରାଣ ଖାଇ
ଦୁଃଖ ଟିକେ ଦେବୀ ନାହିଁ
ତମ ଆଗେ ବେଚ୍ଛାଇବି ଫୁଲେ ଫୁଲେ ବଟ ଟିଏ... ....
ଝି - ଏକାଠି ସେ ବାଟେ ଚାଲୁଥିବା
ଜି ଥିବା ଯାଏ ।
ପୁ - ହୋ - କେବଠୁ ଆସିଲ ମୋ ଜିବନ ରେ
ବଡ଼ କଥା ନୁହେଁ ।