Upload By Raju
..
ପୁ: ପାଗଳ ଭଅଁର ମୁଁ ଲୋ ତୁ ଫଗୁ ରାଣୀ
ତୋ ସାଥେ ଲେଖା ମୋର କେତେ କାହାଣୀ
….
ଝି: ଅନାମିକା ନାଇକା ମୁଁ ତୁ ଯାଯାବର
ତୋ ଉପରେ ଦିନ ରାତି ମୋ ନଜର
ପୁ: ତୋ ପାଇଁ ସକାଳ ନିଦୁଆ ନିଦୁଆ
ମନ ମୌସୁମୀ ମେଘୁଆ ମେଘୁଆ ତତେ
ଯେତେ ପଢେ ସେତେ ମିଳେ ଆନନ୍ଦ
ତୁ ପ୍ରେମ ବର୍ଣ୍ଣବୋଧ..
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ...
ଝି: ତୁ ପ୍ରେମ ବର୍ଣ୍ଣବୋଧ..
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ...
<<<<>>>>>
Raju Odia Song
.
ପୁ: ଠୁମୁରୁ ଠୁମୁରୁ ପାଦରେ ତୋର ପାଉଁଜୀ ଶବଦ
ମୋର ଚୋରେଇଲା ନିଦ
ମୋର ହଜେଇଲା ନିଦ
…
ଝି: ହ ଘୁମୁରୁ ଘୁମୁରୁ
କଥାଟା ତୋର ମହୁଲି ସୁରେଇ
ମୋ ରାତି ଗଲା ନେଇ ମୁଁ ପାରୁନାହିଁ ଶୋଇ
ପୁ: ତୁ ରାଜକୁମାରୀ କୋଉ କବିତାର
ତୁନି ଏତେ କାଇଁ ଦେଇଦେ ଉତ୍ତର
ତୁ ଏକା ଜିଇଁବାର ଗୋଟେ ଶବଦ
ତୁ ପ୍ରେମ ବର୍ଣ୍ଣବୋଧ..
ହାଏରେ ତୁ ପ୍ରେମ ବର୍ଣ୍ଣବୋଧ...
ଝି: ହଁ ତୁ ପ୍ରେମ ବର୍ଣ୍ଣବୋଧ..
ହଁ.. ତୁ ପ୍ରେମ ବର୍ଣ୍ଣବୋଧ...
::::::<>::::::
Upload By Raju
…
ଝି: ମଧୁର ମଧୁର ତୋ ପାଇଁ ଲାଗେ ଅଫେରା ଜୀବନ
ତୁ ଛାତିର ସ୍ପନ୍ଦନ
ତୁ ଆଖିର ସପନ
….
ପୁ: ଆରେ ଆରେ ନିଜର ନିଜର
ଲାଗୁଛି ଏବେ ଅଧୁରା ଫଗୁଣ
ତୁ ଜିଇଁବା କାରଣ
ତୁ ଖୁସିର ମେଲଣ
ଝି: ଫେରିବା ବାଟ ମୁଁ
ଯାଇଛି ମୁଁ ଭୁଲି
ତୋ ବାଟେ ଚାଲୁଛି
କାଇଁ ଆଜିକାଲି
ତୁ ମୋର ଖରା ବର୍ଷା ଶୀତ ହେମନ୍ତ
ତୁ ପ୍ରେମ ବର୍ଣ୍ଣବୋଧ..
ହୋ ତୁ ପ୍ରେମ ବର୍ଣ୍ଣବୋଧ...
ପୁ: ହାଏ ତୁ ପ୍ରେମବର୍ଣ୍ଣବୋଧ..
ହୁଁ ହୁଁ ତୁ ପ୍ରେମ ବର୍ଣ୍ଣବୋଧ...
😍Thank You😍