ଆରେ, ବାଇନ ଘୁଞ୍ଚି ଯାଉନ
ଆରେ, ବାଇନ ଘୁଞ୍ଚି ଯାଉନ
ରଥ ଗଡ଼ିଯାଏ ଘିଡି-ଘିଡି
ବଡଦାଣ୍ଡେ ଲୋକ ଭିଡା-ଭିଡି
ରଥ ଗଡ଼ିଯାଏ ଘିଡି-ଘିଡି
ବଡଦାଣ୍ଡେ ଲୋକ ଭିଡା-ଭିଡି
ଏ ଭାଇ, ବାଜିଯିବ ବେତ-ବାଡ଼ି, ଦୁରେ ଟିକେ ରହୁନ
(ମଣି ଟିକେ ଆଡେଇଯାଅ ନ′ଲେ ରଥ ମାଡିଯିବ)
ଆରେ, ବାଇନ ଘୁଞ୍ଚି ଯାଉନ
ଆରେ, ବାଇନ ଘୁଞ୍ଚି ଯାଉନ
ରଥ ଚାଲେ ଘୁଂ, ଚକ ଚାଲେ ଘୁଂ
ରଥ ଉପରେ କିଏ ବସିଛି?
କାଳିଆ କହେ ମୁଁ
ହାତୀ ଝୁଲୁଥାଏ ନସର-ପସର, ହାଏ
କିଆ-କନ୍ଦା ଖାଇବାକୁ, ଧାଇଁବାକୁ
କଳା-ହାତୀ ମନ ସକର-ପକର, ହାଏ
ଭକତଙ୍କୁ ଶ୍ରୀଭୁଜରେ ଛୁଇଁବାକୁ
କାଳିଆ ହାତିକି ଲଗା ନାହିଁ
ବାନ୍ଧିବାକୁ ତାକୁ ପଘା ନାହିଁ
କାଳିଆ ହାତିକି ଲଗା ନାହିଁ
ବାନ୍ଧିବାକୁ ତାକୁ ପଘା ନାହିଁ
ତାକୁ ଭୁଜକୁ ବେଢ଼େଇଦେଇ ଆସ ଯିଏ ଛୁଇଁନ
(ଅ' ମଣି ଟିକେ ଜମେଇକି ଛୁଇଁବ ନ′ଲେ ପଡିଯିବ)
ଆରେ, ବାଇନ ଘୁଞ୍ଚି ଯାଉନ
ଆରେ, ବାଇନ ଘୁଞ୍ଚି ଯାଉନ
ହୋ ଭକତେ ହୋ, ହୋ ଭକତେ ହୋ
କାଳିଆ କହୁଛି ନେଇଯା ମୋତେ
କଉଠି ଥୋଇବୁ ଥୋ'
କିଏ ଫିଙ୍ଗୁଅଛି ଗୁଆ ନଡ଼ିଆକୁ, ହାଏ
ଭକତିରେ ଜାଳେ କିଏ ଘିଅ-ଦୀପ
କିଏ ଛୁଇଁଦିଏ ରଥ ଦଉଡ଼ିକୁ, ହାଏ
ସାରିବାକୁ ଜୀବନର ଅସରା ପାପ
କଳା ବାମନକୁ ରଥେ ଦେଖି
ଡେଣା ମେଲି ଡାକେ ଜୀବ-ପକ୍ଷୀ
କଳା ବାମନକୁ ରଥେ ଦେଖି
ଡେଣା ମେଲି ଡାକେ ଜୀବ-ପକ୍ଷୀ
ତ୍ରାହି କର ଜୟ ଜଗନ୍ନାଥ, ଦିଅ ଟିକେ ଶରଣ
(ମଣି ଟିକେ ଜମେଇକି ମାଗିବ ନ'ଲେ ପ୍ରାଣ ଉଡିଯିବ)
ଆରେ, ବାଇନ ଘୁଞ୍ଚି ଯାଉନ
ଆରେ, ବାଇନ ଘୁଞ୍ଚି ଯାଉନ
ରଥ ଗଡ଼ିଯାଏ ଘିଡି-ଘିଡି
ବଡଦାଣ୍ଡେ ଲୋକ ଭିଡା-ଭିଡି
ରଥ ଗଡ଼ିଯାଏ ଘିଡି-ଘିଡି
ବଡଦାଣ୍ଡେ ଲୋକ ଭିଡା-ଭିଡି
ଏ ଭାଇ, ବାଜିଯିବ ବେତ-ବାଡ଼ି, ଦୁରେ ଟିକେ ରହୁନ
(ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ)