ପଥରରେ ଯେବେ ଶ୍ରୀରାମ ଲେଖିବୁ
ପାଣିରେ ପଥର ଭାସିବ
ପଥରରେ ଯେବେ ଶ୍ରୀରାମ ଲେଖିବୁ
ପାଣିରେ ପଥର ଭାସିବ
ପତରରେ ଯେବେ ଶ୍ରୀରାମ ଲେଖିବୁ
ତୁଳସୀ, ତୁଳସୀ ବାସିବ
ଯେବେ ହୃଦୟରେ ତୁ ଲେଖିବୁ ଶ୍ରୀରାମ
ଯେବେ ହୃଦୟରେ ତୁ ଲେଖିବୁ ଶ୍ରୀରାମ
ତୋର ଆତ୍ମାପକ୍ଷୀ ବୈକୁଣ୍ଠେ ବସିବ
ହରେରାମ-ହରେରାମ-ହରେରାମ ଘୋଷିବ
ହରେରାମ-ହରେରାମ-ହରେରାମ ଘୋଷିବ
ଆହା ରାମନାମେ ଶବରୁଣି ବଣରୁ ତୋଳି
ବାଛିବାଛି ଖୋଇଦେଲା ହନ୍ତା କୋଳି
ହଁ, ରାମନାମେ ଶବରୁଣି ବଣରୁ ତୋଳି
ବାଛି-ବାଛି ଖୋଇଦେଲା ହନ୍ତା କୋଳି
ରାମନାମ କହି-କହି ବିଜ୍ଞ ଧୀବର
ଗଙ୍ଗା ଜଳେ ଧୋଇଦେଲା ପଦ୍ମ ପୟର
ଯେବେ ଭକତିରେ ତୁ ଡାକିବୁ ଶ୍ରୀରାମ
ଯେବେ ଭକତିରେ ତୁ ଡାକିବୁ ଶ୍ରୀରାମ
ତୋର ଜୀବ ସାଥେ ପରମାତ୍ମା ମିଶିବ
ହରେରାମ-ହରେରାମ-ହରେରାମ ଘୋଷିବ
ହରେରାମ-ହରେରାମ-ହରେରାମ ଘୋଷିବ
ଆହା ରାମନାମ ଆହୁଲା ଯେ ଏ ନାମ କାତ
ପାରି କରିନବ ଥରେ ଯୋଡ଼ିଲେ ହାତ
ଜୟ ଶ୍ରୀରାମ
ହଁ, ଆହା ରାମନାମ ଆହୁଲା ଯେ ଏ ନାମ କାତ
ପାରି କରିନବ ଥରେ ଯୋଡ଼ିଲେ ହାତ
ହରିନାମ ସିନା ବାବୁ ଏନ୍ତୁଡ଼ି ଶାଳେ
ରମନାମ ଶୁଣିବୁ ତୁ ମରଣ ବେଳେ
ଯେବେ ଜ୍ଞାତି କୁଟୁମ୍ବ କହିବେ ଶ୍ରୀରାମ
ଯେବେ ଜ୍ଞାତି କୁଟୁମ୍ବ କହିବେ ଶ୍ରୀରାମ
ତୋର କୋକେଇ ଚଢ଼ିବା ବେଳ ଆସିବ
ହରେରାମ-ହରେରାମ-ହରେରାମ ଘୋଷିବ
ହରେରାମ-ହରେରାମ-ହରେରାମ ଘୋଷିବ
ହରେରାମ-ରାମ-ରାମ-ହରେରାମ ଘୋଷିବ
ହରେରାମ-ହରେରାମ-ହରେରାମ ଘୋଷିବ