M- ତୁ ନିଶ୍ୱାସ ପରି ଭାରି ଜରୁରୀ
ତୋ ବିନା ପାରେନା ବଞ୍ଚି .
ତୁ ଆସିଲୁ ଯଦି ଜୀବନେ ମୋର
ଯିବୁନି କେବେ ତୁ ଲୁଚି
ତୁ ଖାଲି ତୁ,ତୁ ଖାଲି ତୁ
ତୋ ବିନା ଚାହେଁନା କିଛି .
ନା ତୋ ଠାରୁ କମ୍ ନା ତୋ ଠାରୁ ବେଶୀ
ତୁ ମୋ ହସ ତୁ ମୋ ଖୁସି
ତୁ ମୋ ହସ ତୁ ମୋ ଖୁସି ..
F- ତୁ ପାହାଡି ନଈ ମୁଁ ରୁପା ଝରଣା
ତୋ ଦେହେ ଯାଇଛି ମିଶି .
ମୁଁ ନିଜକୁ ଖୋଜି ପାଏନା ଆଜି
ପ୍ରେମରେ ଯାଇଛି ଫସି .
ତୁ ଖାଲି ତୁ,ତୁ ଖାଲି ତୁ
ତୋ ବିନା ଚାହେଁନା କିଛି
ନା ତୋ ଠାରୁ କମ୍ ନା ତୋ ଠାରୁ ବେଶୀ
ତୁ ମୋ ହସ ତୁ ମୋ ଖୁସି
ତୁ ମୋ ହସ ତୁ ମୋ ଖୁସି..
M- ହଁ ... କେବେ ତୁ ଆସି ଆଙ୍କିଦେଲୁ ସପନ
ଜୀବନ ନେଇ ଦେଲୁ ମତେ ଜୀବନ .
F- ହଁ ...ଛାତିରେ ପଶି ହେଲୁ ମୋର ସ୍ପନ୍ଦନ
ପହିଲି ପ୍ରେମ ଖୋଜେ ଟିକେ ମିଳନ
M- ହଁ ... କେବେ ତୁ ଆସି ଆଙ୍କିଦେଲୁ ସପନ
ଜୀବନ ନେଇ ଦେଲୁ ମତେ ଜୀବନ .
F- ହଁ ...ଛାତିରେ ପଶି ହେଲୁ ମୋର ସ୍ପନ୍ଦନ
ପହିଲି ପ୍ରେମ ଖୋଜେ ଟିକେ ମିଳନ
M- ତୁ ଚହଟ ଚମ୍ପା ମୌନାବତୀ
ବାସ ତୋ ବଉଳ କଷି
ହଁ ରୂପରେ ମତେ କରୁ ବିହୋର
ପ୍ରେମ ତୋ ଯାଏ ଝଲସି .
F- ତୁ ଖାଲି ତୁ ତୁ ଖାଲି ତୁ
ତୋ ବିନା ଚାହେଁନା କିଛି
ନା ତୋ ଠାରୁ କମ୍ ନା ତୋ ଠାରୁ ବେଶୀ
ତୁ ମୋ ହସ ତୁ ମୋ ଖୁସି
ତୁ ମୋ ହସ ତୁ ମୋ ଖୁସି
M- ତୁ ମୋ ହସ ତୁ ମୋ ଖୁସି
ତୁ ମୋ ହସ ତୁ ମୋ ଖୁସି..
F- ଅବୁଝା ମନ ମାନେନା ସେ ବାରଣ
କାହିଁକି ଝୁରେ ପାଏନା ତା କାରଣ .
M- ଏମିତି ପ୍ରେମ ଏମିତି ତା ଲକ୍ଷଣ
ସେମିତି ମତେ କରେ ଭାବ ପ୍ରବଣ .
F- ହୁଁ .ଅବୁଝା ମନ ମାନେନା ସେ ବାରଣ
କାହିଁକି ଝୁରେ ପାଏନା ତା କାରଣ .
M- ହଁ.ଏମିତି ପ୍ରେମ ଏମିତି ତା ଲକ୍ଷଣ
କେମିତି ମତେ କରେ ଭାବ ପ୍ରବଣ
F- ତୁ ସୁଦୂର ଜହ୍ନ ମୁଁ ଚକୋରି ପ୍ରିୟା
ତୋ ବାଟ ଚାହିଁଛି ବସି
ନଇଲେ ସଞ୍ଜ ଊଇଁବୁ ତୁ ଜୋଛନା ଯିବ ବରଷି .
M- ତୁ ଖାଲି ତୁ, ତୁ ଖାଲି ତୁ
ତୋ ବିନା ଚାହେଁନା କିଛି
ନା ତୋ ଠାରୁ କମ ନା ତୋ ଠାରୁ ବେଶୀ
ତୁ ମୋ ହସ ତୁ ମୋ ଖୁସି
ତୁ ମୋ ହସ ତୁ ମୋ ଖୁସି
F- ତୁ ମୋ ହସ ତୁ ମୋ ଖୁସି
ତୁ ମୋ ହସ ତୁ ମୋ ଖୁସି