ଆଲବମ୍-ପ୍ରେମ ହେଇଯାଏ ସେତେ ଥର
କଣ୍ଠଶିଳ୍ପୀ-କୁଳଦୀପ ଏବଂ ଅନନ୍ୟା ନନ୍ଦ
ପୁ-ଏଇ ଆଖିରେ ଆଖି ମିଶେଇ
ଯେବେ ଅଳପ ହସିଲୁ
ବିନା ମେଘରେ ମନ ଭିଜିଲା
ଭାରି ନିଜର ଲାଗିଲୁ
ଝି-ଟିକେ ଦେଖାରେ ଟିକେ କଥାରେ
ମତେ କିମିଆ କରିଲୁ
ଫିକା ଫିକା ଏ ମୋ ଜୀବନେ
ନୂଆ ଫଗୁଣ ଆଣିଲୁ
ପୁ-କେମିତି ଆସି ତୁ କଲୁ ମୋ.. ଛାତିରେ ଘର...
ତା କାରଣ ଖୋଜେ ଯେତେ ଥର
ମତେ ପ୍ରେମ ହେଇଯାଏ ସେତେ ଥର
ଝି-ଯେବେ ସୁରୁ ହେଲା ପ୍ରେମ ତୋର ମୋର
ତୋ ପାଖରୁ ଫେରୁନି ମୋ ନଜର
ପୁ-ତୋରି ଆଖିରେ...ଅଳସ ଭାଙ୍ଗୁଛି..
ମୋ ମନର ମିଠା ମହକ
ଝି-ସେଇ ମହକରେ...ହଜିଗଲା ପରେ...
ପଡୁନି ଆଉ ମୋ ପଲକ
ତୋ ବିନା ଚାହେଁନା ହବାକୁ.. କାହାର
ତା କାରଣ ଖୋଜେ ଯେତେ ଥର
ମତେ ପ୍ରେମ ହେଇଯାଏ ସେତେ ଥର
ପୁ-ହୁଁ ଯେବେ ସୁରୁ ହେଲା ପ୍ରେମ ତୋର ମୋର
ତୋ ପାଖରୁ ଫେରୁନି ମୋ ନଜର
ଝି-ଭଲ ଠାରୁ ତୁ ମୋ...ବେଶୀ ଭଲ ବୋଲି...
ଏତେ ଭଲ ତତେ ପାଉଛି
ପୁ-ହୋ..ସେ ଭଲ ପାଇବା..ରାଗିବା ରୁଷିବା...
ମୋରି ଜୀବନ ସାଜିଛି
ଚାହେଁ ମୁ ନ ଲାଗୁ ତୋଠି..କାହା ନଜର...
ତା କାରଣ ମୁ ଖୋଜେ ଯେତେ ଥର
ମତେ ପ୍ରେମ ହେଇଯାଏ ସେତେ ଥର
ଝି-ଯେବେ ସୁରୁ ହେଲା ପ୍ରେମ ତୋର ମୋର
ତୋ ପାଖରୁ ଫେରୁନି ମୋ ନଜର
ପୁ-ଯେବେ ସୁରୁ ହେଲା ପ୍ରେମ ତୋର ମୋର
ତୋ ପାଖରୁ ଫେରୁନି ମୋ ନଜର