menu-iconlogo
huatong
huatong
avatar

Katha Deli Matha Chhuin

Kumar Bapi/Ananya Sritam Nandahuatong
shekeesha5huatong
歌詞
作品
ତୋ ଆଗରୁ ଏ ଜୀବନେ ଆସିନାହିଁ କେହି

ତୋ ପରେ ମୋ ଜୀବନରେ ଆସିବେନି କେହି

ଥିବା ଯାଏ ଏ ପୃଥିବୀ

ଭଲ ତତେ ପାଉଥିବି

ଥିବା ଯାଏ ଏ ପୃଥିବୀ

ଭଲ ତତେ ପାଉଥିବି

ଭୁଲି କେବେ ଯିବିନାହିଁ

କଥା ଦେଲି ମଥା ଛୁଇଁ

ହୋ, କଥା ଦେଲି ମଥା ଛୁଇଁ

କଥା ଦେଲି ମଥା ଛୁଇଁ

ହୋ, କଥା ଦେଲି ମଥା ଛୁଇଁ

ହୋ, ଆକାଶରୁ ତାରାଟିଏ ଖସିଲା ବେଳେ

ମାଗିନେଲି ତତେ ମୋ ପାଇଁ

ଆଜି ଯାଏଁ ସାଇତିକି ରଖିଥିଲି

ଏ ହୃଦୟ ଖାଲି ତୋ ପାଇଁ

ତୋ ବିନା ଏ ହୃଦୟରେ ଆଉ କେହି ନାହିଁ

ଆଉ କେହି ଆସିଲେବି ଜାଗା ଏଠି ନାହିଁ

ସବୁରାତି ସବୁଦିନ

ଛାତି ତଳେ ତୋ ସ୍ପନ୍ଦନ

ସବୁରାତି ସବୁଦିନ

ଛାତି ତଳେ ତୋ ସ୍ପନ୍ଦନ

ଏକା ଜିଇଁ ହବନାହିଁ

କଥା ଦେଲି ମଥା ଛୁଇଁ

ହୋ, କଥା ଦେଲି ମଥା ଛୁଇଁ

କଥା ଦେଲି ମଥା ଛୁଇଁ

ହୋ, କଥା ଦେଲି ମଥା ଛୁଇଁ

ହଁ, ଜୀବନରୁ ନିଃଶ୍ୱାସର ଯେତିକି ଦୂର

ରହିଛୁ ତୁ ଦୂରେ ସେତିକି

ହଁ, ଗୋଟେ ମନ, ଗୋଟେ ବାଟ, ଗୋଟେ ଠିକଣା

ତୋର ମୋର କଥା ଏତିକି

ତୋ ବିନା ଏ ଚଲାବାଟେ ଆଉ କେହି ନାହିଁ

ଟାଣ-ଟାଣ ଖରାରେ ତୁ ମିଠା-ମିଠା ଛାଇ

ହଁ, ବାଟ ଥାଉ ଯେତେ ଦୂର

ଚାଲୁଥିବି ସାଥେ ତୋର

ବାଟ ଥାଉ ଯେତେ ଦୂର

ଚାଲୁଥିବି ସାଥେ ତୋର

ହାତ ଛାଡ଼ି ଯିବିନାହିଁ

କଥା ଦେଲି ମଥା ଛୁଇଁ

ହୋ, କଥା ଦେଲି ମଥା ଛୁଇଁ

କଥା ଦେଲି ମଥା ଛୁଇଁ

ହୋ, କଥା ଦେଲି ମଥା ଛୁଇଁ

更多Kumar Bapi/Ananya Sritam Nanda熱歌

查看全部logo