menu-iconlogo
huatong
huatong
avatar

To agare kichhi dhupa...Odia bhajan

PRASANT-HAL-ODISHAhuatong
62106609599huatong
歌詞
作品
ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ

ତୋ ଦେହରେ କିଛି ଫୁଲ..

ମୋ ଦେହରେ କିଛି ଫୁଲ..

ତୋ ପାଇଁ ଦୀପଟିଏ ମୋ ପାଇଁ ଦୀପଟିଏ

ତୋ ବେକରେ ମାଳଟିଏ ମୋ ବେକରେ ମାଳଟିଏ

ତୁ ବଡ଼ଦାଣ୍ଡେ ଯିବୁ ମୁଁ ବଡ଼ଦାଣ୍ଡେ ଯିବି

ତୋତେ ଟାଣି ଟାଣି ନେବେ ମୋତେ ବୋହି ବୋହି ନେବେ

ନନ୍ଦିଘୋଷରେ ତୁ ଯିବୁ ମୁଁଜେ କୋକେଇରେ ଜିବି

ଶ୍ରୀଗୁଣ୍ଡିଚାକୁ ତୁ ଯିବୁ ମୁଁଜେ ସ୍ଵର୍ଗଦ୍ଵାର ଯିବି

ନନ୍ଦିଘୋଷରେ ତୁ ଯିବୁ ମୁଁଜେ କୋକେଇରେ ଜିବି

ଶ୍ରୀଗୁଣ୍ଡିଚାକୁ ତୁ ଯିବୁ ମୁଁଜେ ସ୍ଵର୍ଗ..ଦ୍ଵାର ଯିବି..

କାଳିଆ....ରେ

କା..ଳିଆ

କାଳିଆ

ତୋ ଆଗେ ହରିବୋଲ ମୋ ଆଗେ ରାମନାମ

ତୋ ଦେହେ ପାଟଲୁଗା ମୋ ଦେହେ ଧଳାଲୁଗା

ତୋ ଆଗେ ହରିବୋଲ ମୋ ଆଗେ ରାମନାମ

ତୋ ଦେହେ ପାଟଲୁଗା ମୋ ଦେହେ ଧଳାଲୁଗା

ତୋ ମଥାରେ ସିନ୍ଦୂର..

ମୋ ମଥାରେ ଅଭିର

ତୁ ବସି ବସି ଯିବୁ ମୁଁ ଶୋଇ ଶୋଇ ଯିବି

ତୁ ହାତେ ହାତେ ଯିବୁ ମୁଁ କାନ୍ଧେ କାନ୍ଧେ ଯିବି

ତୁ ଆଖି ମେଲିଥିବୁ ମୁଁ ଆଖି ବୁଜିଥିବି

ତୁ ସଭିଙ୍କୁ ଦେଖୁଥିବୁ ମୁଁ ଦେଖି ନପାରିବି

ନନ୍ଦିଘୋଷରେ ତୁ ଯିବୁ ମୁଁଜେ କୋକେଇରେ ଜିବି

ଶ୍ରୀଗୁଣ୍ଡିଚାକୁ ତୁ ଯିବୁ ମୁଁଜେ ସ୍ଵର୍ଗଦ୍ଵାର ଯିବି

ନନ୍ଦିଘୋଷରେ ତୁ ଯିବୁ ମୁଁଜେ କୋକେଇରେ ଜିବି

ଶ୍ରୀଗୁଣ୍ଡିଚାକୁ ତୁ ଯିବୁ ମୁଁଜେ ସ୍ଵର୍ଗ..ଦ୍ଵାର ଯିବି..

କାଳିଆ....ରେ

କା..ଳିଆ

କାଳିଆ

ତୋ ଚାରିପାଖେ ଲୋକ ମୋ ଚାରିପାଖେ ଲୋକ

ଲୋଡ଼ା ତୋ ପାଇଁ କାଠ ଲୋଡ଼ା ମୋ ପାଇଁ କାଠ

ତୋ ଚାରିପାଖେ ଲୋକ ମୋ ଚାରିପାଖେ ଲୋକ

ଲୋଡ଼ା ତୋ ପାଇଁ କାଠ ଲୋଡ଼ା ମୋ ପାଇଁ କାଠ

ଝରିବ ଲୁହ ତୋ ପାଇଁ..

ଝରିବ ଲୁହ ମୋ ପାଇଁ..

ତୋତେ ନଡ଼ିଆ ଫିଙ୍ଗିବେ ମୋତେ ଖଇ ଫିଙ୍ଗୁଥିବେ

ତୋତେ ଟେକି ଟେକି ନେବେ ମୋତେ ଟେକି ଟେକି ନେବେ

ତୁ ରଥରେ ଚଢ଼ିବୁ ମୁଁ ଜୁଇରେ ଚଢ଼ିବି

ତୁ ବାହୁଡ଼ି ଆସିବୁ ମୁଁ ମାଟିରେ ମିଶିବି

ନନ୍ଦିଘୋଷରେ ତୁ ଯିବୁ ମୁଁଜେ କୋକେଇରେ ଜିବି

ଶ୍ରୀଗୁଣ୍ଡିଚାକୁ ତୁ ଯିବୁ ମୁଁଜେ ସ୍ଵର୍ଗଦ୍ଵାର ଯିବି

ନନ୍ଦିଘୋଷରେ ତୁ ଯିବୁ ମୁଁଜେ କୋକେଇରେ ଜିବି

ଶ୍ରୀଗୁଣ୍ଡିଚାକୁ ତୁ ଯିବୁ ମୁଁଜେ ସ୍ଵର୍ଗ..ଦ୍ଵାର ଯିବି..

କାଳିଆ....ରେ

କା..ଳିଆ..ରେ

କାଳିଆରେ

କାଳିଆରେ

କାଳିଆରେ..

更多PRASANT-HAL-ODISHA熱歌

查看全部logo