menu-iconlogo
logo

Chhanaka Rani

logo
歌詞
M - ଛନ ଛନ ତୁ ଛନକା ରାଣୀ

ଆଲୋ ସୁନା ହରିଣୀ

ଚୁନା ଚୁନା ଚାହାଣି ତୋ କରୁଚି ଗୁଣି

F - ଓଃ..ଧନ ଧନ ତୋ କୁଆଁରା ଠାଣି

ମୋତେ ନଉଚି ଟାଣି

ତୋ ଆଖିରେ ଲୁଚିଛି ପରଷା ବଣୀ

M - ତୁ ଆଇ ମା କାହାଣୀ ର ସୁରିଲା ଢଗ

ତୁ ଶ୍ରାବଣ ଛିଟା କୁ ଫିରିଙ୍ଗି ମେଘ

ଫିରିଙ୍ଗି ମେଘ..

ଛନ ଛନ ଛନ , ଛନ ଛନ ତୁ ଛନକା ରାଣୀ

ଆଲୋ ସୁନା ହରିଣୀ

ଚୁନା ଚୁନା ଚାହାଣି ତୋ କରୁଚି ଗୁଣି

ଆଲୋ କରୁଚି ଗୁଣି

ହେ ହେ ହେ...

ଆରେ ହୋ ହୋ ହୋ

M - ତୋ ଦେହ ଟା ସାରା

ପୁନେଇଁ ଝରା

ତୁ ନୂଆଁ ଚାନ୍ଦ..

ତୁ ହାଉଲେ ଉଡେଇ ନେ ମୋ ପାହାନ୍ତି ନିଦ

F - ଓଃ..ତୋ ମନ ଟା ସାରା

ମୋତି ରେ ଭରା

ତୁ ଚମକ ମଣି

ତୁ ହାଉଲେ ହାଉଲେ ନେ ତୋ ପାଖକୁ ଟାଣି

M - ମୁଁ ବାଟ ଭୁଲା ବଣିକ ତୁ ସୁନା ଗଉଣି

ମୁଁ କେମିତି ତତେ ନେବି ଲୋ କିଣି

ନେବି ଲୋ କିଣି...

ଛନ ଛନ ଛନ , ଛନ ଛନ ତୁ ଛନକା ରାଣୀ

ଆଲୋ ସୁନା ହରିଣୀ

ଚୁନା ଚୁନା ଚାହାଣି ତୋ କରୁଚି ଗୁଣି

କରୁଚି ଗୁଣି

F - ମୁଁ ଅଧୁରା ଗପ

ବେଶୁରା ଗୀତ

ତୁ ନୂଆଁ ରାଗ

ତୋ ସୁର ରେ ଭିଜେଇ ଦେ ମୋତେ ତୁ ଆଗ

M - ମୁଁ ଯୁଗ ଯୁଗ ର

ହଜିଲା ସୁର

ତୁ ମିଠା ବଂଶୀ

ତୁ ଶବଦେ ଆଉଁସି ଦେ ମୋତେ ତୁ ଆସି

F - ମୁଁ ଅଧା ଅଧା ଆଳାପ ତୁ ନୂଆଁ କାହାଣୀ

ଯେତେ ପଢିଲେ ବି ତତେ ଜମା ସରୁନି

ଜମା ସରୁନି..

M - ଛନ ଛନ ତୁ ଛନକା ରାଣୀ

ଆଲୋ ସୁନା ହରିଣୀ

ଚୁନା ଚୁନା ଚାହାଣି ତୋ କରୁଚି ଗୁଣି

କରୁଚି ଗୁଣି...

Chhanaka Rani Udit Narayan/Ananya Sritam Nanda - 歌詞和翻唱