ତୁ ଚାଲୁଥିଲୁ ତୋ ବାଟ ରେ
ମୁଁ ଚାଲୁଥିଲି ମୋ ବାଟ ରେ
ତୁ ଚାଲୁଥିଲୁ ତୋ ବାଟ ରେ
ମୁଁ ଚାଲୁଥିଲି ମୋ ବାଟ ରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି
ତୁ ଚାଲୁଥିଲୁ ତୋ ବାଟ ରେ
ମୁଁ ଚାଲୁଥିଲି ମୋ ବାଟ ରେ
This Track
RK MUSIC Recommended By
ମନ ଚୋରି ହୁଏ ବୋଲି
କାହାଣୀରେ ଶୁଣିଥିଲି
ତତେ ଦେଖିଦେଲା ପରେ
ଆପେ ଆପେ ବୁଝିଗଲି
ମନ ଚୋରି ହୁଏ ବୋଲି
କାହାଣୀରେ ଶୁଣିଥିଲି
ତତେ ଦେଖିଦେଲା ପରେ
ଆପେ ଆପେ ବୁଝିଗଲି
ତୋ ପରି ଝିଅଟିଏ
ସପନରେ ଦେଖିଥିଲି
କେବେପୁଣି ଦେଖାହେବ
ମନେମନେ ଖୋଜୁଥିଲି
ଆଖି ସାଥେ ଆଖି ହେଲା ଏକାଠି
ପାରିଲିନି ଆଉ ଲେଉଟି ଲେଉଟି
ପାରିଲିନି ଆଉ ଲେଉଟି ଲେଉଟି
ତୁ ଚାଲୁଥିଲୁ ତୋ ବାଟ ରେ
ମୁଁ ଚାଲୁଥିଲି ମୋ ବାଟ ରେ
ଜହ୍ନ ହସେ ଆକାଶରେ
ସଞ୍ଜ ନଇଁ ଗଲା ପରେ
ତୁ ହସୁଚୁ ମୋ ଆଖିରେ
ଅନ୍ଧାରରେ ଆଲୁଅରେ
ହୋ ଓ ଓ ଜହ୍ନ ହସେ ଆକାଶରେ
ସଞ୍ଜ ନଇଁ ଗଲା ପରେ
ତୁ ହସୁଚୁ ମୋ ଆଖିରେ
ଅନ୍ଧାରରେ ଆଲୁଅରେ
ମନ ମନ୍ଦିରରେ ମୋର
ସାଜିବୁ ତୁ ପୂଜାରିଣୀ
ମିଳନର ଇଲାକାରେ
ମୁଁ ରାଜା ତୁ ରାଣୀ
ଖୋଜୁଚି ମୁଁ ତତେ ଯେବେ ଯେଉଁଠି
ଲାଗୁଛି ତୁ ଅଛୁ ଏଇଠି କେଉଁଠି
ଲାଗୁଛି ତୁ ଅଛୁ ଏଇଠି କେଉଁଠି
ତୁ ଚାଲୁଥିଲୁ ତୋ ବାଟ ରେ
ମୁଁ ଚାଲୁଥିଲି ମୋ ବାଟ ରେ
ଦେଖା ହେଲା ତୋର ମୋର ଯେଉଁଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି
ମନ ହଜିଗଲା ସେଇଠି ସେଇଠି