ଆସିଥିଲି କାଳିଆ ତୋ..
ଦରଶନ ପାଇଁରେ..ଏ ଏ
ତୋତେ ଛାଡ଼ି ଯିବାକୁ ମୋ
ମନ ବଳୁ ନାହିଁରେ
ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ
ଆସିଥିଲି କାଳିଆ ତୋ ଦରଶନ ପାଇଁରେ
ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ--୨
ଆସିଥିଲି କାଳିଆ ତୋ..ହୋ ଓ ଓ
ସାରା ଭୁବନର କ୍ରାନ୍ତି ଦେଖିଲି ତୋ ରୂପରେ--୨
ସାରା ଜୀବନର ଶାନ୍ତି ଲଭିଲି ତୋ ମନ୍ଦିରେ--୨
ବିତିଯାଉ ଏ ଜୀବନ..ହୋ ଓ ଓ
ବିତିଯାଉ ଏ ଜୀବନ ତୋ ବଦନ ଚାହିଁରେ
ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ--୨
ଆସିଥିଲି କାଳିଆ ତୋ..ହୋ ଓ ଓ
ଥକା ନେବି ଚକାଆଖି ଧାଇଁବିନି ମୋହରେ--୨
କରିଦେ ଭିକାରୀ ମୋତେ ତୋ ଦେଉଳ ଦୁଆରେ--୨
ଆନନ୍ଦେ ହେବି ମଗନ..ହୋ ଓ ଓ
ଆନନ୍ଦେ ହେବି ମଗନ ତୋର ଗୀତ ଗାଇରେ
ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ--୨
ଆସିଥିଲି କାଳିଆ ତୋ ଦରଶନ ପାଇଁରେ
ତୋତେ ଛାଡ଼ି ଯିବାକୁ ମୋ ମନ ବଳୁ ନାହିଁରେ--୨
ମନ ବଳୁ ନାହିଁରେ--୨