ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ
ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ
ମୋ ପାଇଁ ତେଣୁ କାଳିଆରେ ତୋର
ମୋ ପାଇଁ ତେଣୁ କାଳିଆରେ ତୋର
ଦର୍ଶନ କେତେ ନା ପହଡ଼ କେତେ
ଦର୍ଶନ କେତେ ନା ପହଡ଼ କେତେ
ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ
ହାଏ ମହତ କେତେ
ଦୁଃଖୀ ସିନା ବୁଝେ ଦୁଃଖୀର ବେଦନା
ସୁଖୀ ଯେ କେମିତି ବୁଝିବ?
ଦୁଃଖ ଶୁଣିବାକୁ ସୁଖି ଜଣେ କେହି
ଦୁଃଖୀକୁ କାହିଁକି ଖୋଜିବ?
ଦୁଃଖୀ ମଣିଷର ଖାତିରି କେତେ ନା ଆଦର କେତେ
ଦୁଃଖୀ ମଣିଷର ଖାତିରି କେତେ ନା ଆଦର କେତେ
ଆଜି ଫେରିଗଲେ କାଲି ସେ ଆସିବ
ଆଜି ଫେରିଗଲେ କାଲି ସେ ଆସିବ
କାଳିଆରେ ତୋର ହିସାବ ଏତେ
କାଳିଆରେ ତୋର ହିସାବ ଏତେ
ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ
ହଁ ମହତ କେତେ
କଂସ ରାଜା କାଳେ ଶୁଣିନବ ବୋଲି
ଏନ୍ତୁଡ଼ି ଘରେ ତୁ କାନ୍ଦିନୁ
କଳାବଦନ ରେ ନାଲି ହସ ଝରେ
ଲୁହର ମାନେ ତୁ ଜାଣିନୁ
ଦୁଃଖୀ ମଣିଷର ହସିବା କେତେ ନା କାନ୍ଦିବା କେତେ
ଦୁଃଖୀ ମଣିଷର ହସିବା କେତେ ନା କାନ୍ଦିବା କେତେ
ଆଖିର ଲୁହକୁ ଓଠରେ ପିଏ ସେ
ଆଖିର ଲୁହକୁ ଓଠରେ ପିଏ ସେ
ତଥାପି ତୋ ପାଖେ ହାତ ସେ ପାତେ
ତଥାପି ତୋ ପାଖେ ହାତ ସେ ପାତେ
ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ
ଦୁଃଖୀ ମଣିଷର ଇଜତ କେତେ ନା ମହତ କେତେ
ମୋ ପାଇଁ ତେଣୁ କାଳିଆରେ ତୋର
ମୋ ପାଇଁ ତେଣୁ କାଳିଆରେ ତୋର
ଦର୍ଶନ କେତେ ନା ପହଡ଼ କେତେ
ଦର୍ଶନ କେତେ ନା ପହଡ଼ କେତେ
ଦର୍ଶନ କେତେ ନା ପହଡ଼ କେତେ