*** ଜୟ ଜଗନ୍ନାଥ ***
******ନୂଆ ସ୍ଵର (୧୯୮୬୩୮)**** ମନ ଖୋଲି ଗୀତ ଗାନ୍ତୁ*** ସମୟ ରାତି ୮ଟା
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ
ବେଦି ବନ୍ଧା ହେଲା ସ୍ଵର୍ଗଦ୍ୱାରେ
ଯଦି ନବା କଥା କାଳିଆରେ
ବେଦି ବନ୍ଧା ହେଲା ସ୍ଵର୍ଗଦ୍ୱାରେ
ଯଦି ନବା କଥା କାଳିଆରେ
ବିଞ୍ଚି ତୁ ଖଇ କୋଉଡୀ ହୋ...
ବିଞ୍ଚି ତୁ ଖଇ କୋଉଡୀ ଯା ମୋତେ ନେଇରେ ଯା ମୋତେ ନେଇରେ
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ
****ନୂଆ ସ୍ଵର (୧୯୮୬୩୮)***ରାତି ୮ଟାରେ ଆସି ମନ ଖୋଲି ଗୀତ ଗାନ୍ତୁ***
ସଜେଇ ଦେ ମୋତେ ଦେଇ ମଥାରେ ଅବିର
ଝୁଲେଇ ଦେ ମୋ ଗଳାରେ ସଯ ଫୁଲ ହାର
ନେଇଜାରେ ଧଳା ଲୁଗା ମୋତେ ତୁ ପିନ୍ଧେଇ
ଅଜଣା ଗାଁକୁ ମୋର ପାଲିଙ୍କି କାନ୍ଧେଇ
ଯୋଡି ନାଗରା ବଜେଇ ନବୁ
ମୋତେ ବାଟ ତୁ ଦେଖେଇ ଦବୁ
ଯୋଡି ନାଗରା ବଜେଇ ନବୁ
ମୋତେ ବାଟ ତୁ ଦେଖେଇ ଦବୁ
ଏମିତିକା ବାଟ ସିଏ ହୋ...
ଏମିତିକା ବାଟ ସିଏ ଯିବି ସୋଇ ସୋଇରେ ଯିବି ସୋଇ ସୋଇରେ
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ
****ନୂଆ ସ୍ଵର (୧୯୮୬୩୮)***ରାତି ୮ଟାରେ ଆସି ମନ ଖୋଲି ଗୀତ ଗାନ୍ତୁ***
କାଲିଠାରୁ ସରିଛିରେ ମୋ ଘରେ ମଙ୍ଗନ
ଡେରିକଲେ ଗଡିଯିବ ଏ ଶୁଭ ଲଗନ
ହୋ ହୋ ହୋ ହୋ ...
ମୋ ବନ୍ଧୁ ବାନ୍ଧବ ମୋର ବରଯାତ୍ରୀ ଯିବେ
ରାମନାମ ସତ୍ୟ ବୋଲି ଗାଇ ଗାଇ ଯିବେ
ମୋର ବାହାଘର କାମ ସାରି
ବନ୍ଧୁ ବାନ୍ଧବ ଆସିବେ ଫେରି
ମୋର ବାହାଘର କାମ ସାରି
ବନ୍ଧୁ ବାନ୍ଧବ ଆସିବେ ଫେରି
ହେଇ ମୁଁ ଘର ଜୋଇଁଆ ହୋ...
ହେଇ ମୁଁ ଘର ଜୋଇଁଆ ଯିବି ଏକା ରହିରେ ଯିବି ଏକା ରହିରେ
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ
ବେଦି ବନ୍ଧା ହେଲା ସ୍ଵର୍ଗଦ୍ୱାରେ
ଯଦି ନବା କଥା କାଳିଆରେ
ବେଦି ବନ୍ଧା ହେଲା ସ୍ଵର୍ଗଦ୍ୱାରେ
ଯଦି ନବା କଥା କାଳିଆରେ
ବିଞ୍ଚି ତୁ ଖଇ କୋଉଡୀ ହୋ...
ବିଞ୍ଚି ତୁ ଖଇ କୋଉଡୀ
ଯା ମୋତେ ନେଇରେ ଯା ମୋତେ ନେଇରେ
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ
ପାଲିଙ୍କି ହେଲାଣି ସଜ ଯିବି ବର ହେଇରେ
ରୋଷଣୀ କରି ମୁଁ ଯିବି ସିଂହଦ୍ୱାର ଡେଇଁରେ