menu-iconlogo
huatong
huatong
Lirik
Rekaman
ତୁ ହସିବାକୁ ଭଲପାଉ ବୋଲି ମୁଁ

ତତେ ହସେଇବା ପାଇଁ ଭଲପାଏ

ତୁ କହିବାକୁ ଭଲପାଉ ବୋଲି ମୁଁ

ତୋ କଥା ଶୁଣିବା ପାଇଁ ଭଲପାଏ

କଥା ଟା ଏତିକି ତୋର ଆଉ ମୋର

ନିଜଠାରୁ ଲାଗୁ ନିଜର

ଯେତେବେଳେ ତତେ ଦେଖେ ଯେତେଥର

ଲାଗେ ଏବେ-ଏବେ ଦେଖା ହେଲା

ଦେଖା ହବାର ଥିଲା

ଦେଖା ହେଇଗଲା

ପ୍ରେମ ହବାର ଥିଲା

ପ୍ରେମ ହେଇଗଲା

ହୋ, ନେଲି ହାତ ଧରି

କିଛି ନ ପଚାରି ତୋରି ବାଟେ ଚାଲେ ମୋ ପାଦ

ତୁ ଥିଲେ ସାମ୍ନାରେ

ଯେତେବି ଖୋଜିଲେ ରାତିରେ ଆସେନା ନିଦ

ତୋ ପାଦ ପାଖରେ

ପାଦ ଚିହ୍ନ ମୋର

ସବୁଠାରୁ ଲାଗେ ସୁନ୍ଦର

ସବୁଠୁ ସୁନ୍ଦର, କାହାଣୀ ଆମର

ଲାଗେ ଏବେ-ଏବେ ଲେଖା ହେଲା

ଲେଖା ହବାର ଥିଲା

ଲେଖା ହେଇଗଲା

ଦେଖା ହବାର ଥିଲା

ଦେଖା ହେଇଗଲା

ପ୍ରେମ ହବାର ଥିଲା (ପ୍ରେମ ହବାର ଥିଲା)

ପ୍ରେମ ହେଇଗଲା (ପ୍ରେମ ହେଇଗଲା)

Selengkapnya dari Swayam padhi/Antara Chakrabarty

Lihat semualogo