menu-iconlogo
huatong
huatong
namita-agrawal-mu-heigali-to-diwana-cover-image

Mu Heigali To Diwana

Namita Agrawalhuatong
❤⃝🕊🅑🅐🅓🅐🅛💙⃝🕊ˡᵒ9❤⃝🕊huatong
Testi
Registrazioni
(ପୁ) first time ଦେଖିଲି ତତେ ଯେବେ ରେ

ତୋ ପାଇଁ ଛାତି ରେ କିଛି ହେଲା ରେ

(ଝି) ଆଖିରେ ମିସିଲ ଆଖି ଯେବେ ରେ

ନିଜର ଲାଗିଲୁ କାଇଁ ଏତେରେ

(ପୁ) ତୁ ଦେଲୁ କି ଇସାରା ମନ ହେଲା ମୋ awaraa

ତୁ ଦେଲୁ କି ଇସାରା ମନ ହେଲା ମୋ awaraa

ଭୁଲି ଗଲି ସାରା ଜମାନା

ମୁଁ ଧୀରେ ଧୀରେ ହେଇ ଗଲି ତୋ ଦିୱାନା

ମୁଁ ଧୀରେ ଧୀରେ ହେଇ ଗଲି ତୋ ଦିୱାନା

(ଝି) ତୁ ଧୀରେ ଧୀରେ ହେଇ ଗଲୁ ମୋ ଦିୱାନା

ତୁ ଧୀରେ ଧୀରେ ହେଇ ଗଲୁ ମୋ ଦିୱାନା

(ଝି) ଯୁଆଡେ ଚାହୁଁଚି ଖାଲି ମୁଁ ତୋତେ ହିଁ ଦେଖେ

ଲାଗେ ସବୁବେଳେ ମୋଟ ତୁ ରହିଛୁ ପାଖେ

(ପୁ)ହଟୁନି ନଜର ମୋର କରି ଦେଲୁ କି ଯାଦୁ

ପଲକ ରେ ବାସ ବାନ୍ଧେ ମିଠା ସପନ ସବୁ

(ଝି) ହୁଁ ମାନେ ପଡୁ ବେଶୀ ବେଶୀ ଚୋରି କଲୁ ମୋ ନିଦ

ବାଟ ଚାଲି ତତେ ଭାବେ ଝୁଣ୍ଟି ପଡୁଛି ପାଦ

(ପୁ)ହୁଁ ନିଜର ମୁଁ ହେଇ ନାହିଁ ଗଲି ତୋ ଠାରେ ହଜି

ପାଗଳ ଏ ମନ ଆଜି ପ୍ରେମ ଫଗୁଣେ ଭିଜି

(ଝି)ଦେଲୁ ଏ କି ତୁ ଛୁଅଁ ରେ ଲାଜେ ଝାଉଁଳି ଗଲି ରେ

ଦେଲୁ ଏ କି ତୁ ଛୁଅଁ ରେ ଲାଜେ ଝାଉଁଳି ଗଲି ରେ

ତୋ ବିନା ମୁଁ ରହି ପାରେନା

(ପୁ)ମୁଁ ଧୀରେ ଧୀରେ ହେଇ ଗଲି ତୋ ଦିୱାନା

ମୁଁ ଧୀରେ ଧୀରେ ହେଇ ଗଲି ତୋ ଦିୱାନା

(ଝି) ତୁ ଧୀରେ ଧୀରେ ହେଇ ଗଲୁ ମୋ ଦିୱାନା

ତୁ ଧୀରେ ଧୀରେ ହେଇ ଗଲୁ ମୋ ଦିୱାନା

ନିଶ୍ୱାସ ଚାଲୁଚି ମୋର ଆଜି ତୋ ନାଁ ରେ

(ଝି) କିମିଆ ତୁ କରି ଦେଲୁ ଚାହୁଁ ଚାହୁଁ ଏମିତି

ଜାଣେନା ମୁଁ ଦିନ ରାତି ପାହି ଯେ କେମିତି

(ପୁ)ତୋ ପାଇଁ ନିଆରା ଲାଗେ ଏଇ ଜୀବନ ଆଜି

ଦୁନିଆ ଭିଡ଼ରୁ ତତେ ମୁଁ ପାଇଛି ଖୋଜି

(ଝି) ମନରେ କରିଲୁ ଘର ହେଲୁ ଦେହର ଛାଇ

ବାଛି ନେଲି ସାଥି ତତେ ସତ ଜନମ ପାଇଁ

(ପୁ)ଏଇ ହୃଦୟ କୋଳରେ ଭାରି ଦେଲୁ କି ପ୍ରେମ ରେ

ଏଇ ହୃଦୟ କୋଳରେ ଭାରି ଦେଲୁ କି ପ୍ରେମ ରେ

ଫିକା ଲାଗେ ସବୁ ତୋ ବିନା

ପୁ)ମୁଁ ଧୀରେ ଧୀରେ ହେଇ ଗଲି ତୋ ଦିୱାନା

ମୁଁ ଧୀରେ ଧୀରେ ହେଇ ଗଲି ତୋ ଦିୱାନା

(ଝି) ତୁ ଧୀରେ ଧୀରେ ହେଇ ଗଲୁ ମୋ ଦିୱାନା

ତୁ ଧୀରେ ଧୀରେ ହେଇ ଗଲୁ ମୋ ଦିୱାନା

Altro da Namita Agrawal

Guarda Tuttologo