ବାଲିରଥ ତୋଳିଛି ମୁଁ ସରଧା ବାଲିରେ--୨
ଗୁଣ୍ଡିଚା ଆଗରୁ ଥରେ--୨
ବସିଜା..ବସିଜା..ମୋ ରଥରେ
କାଳିଆରେ କାଳିଆରେ--୨
ବାଲିରଥ ତୋଳିଛି ମୁଁ ସରଧା ବାଲିରେ--୨
କିଛିତ ନିନ୍ଦିବେ କିଛିତ ହସିବେ
ଅଦିନରେ ମୁଁ ଟାଣୁଚି ରଥ
ଦୁନିଆର ଲୋକେ ବୁଝିକି ପାରିବେ
ତୁ ପରା ମୋ ଭାବର ନାଥ
ପହଣ୍ଡି ଆଗରୁ ଥରେ--୨
ବସିଜା..ବସିଜା..ମୋ ରଥରେ
କାଳିଆରେ କାଳିଆରେ--୨
ବାଲିରଥ ତୋଳିଛି ମୁଁ ସରଧା ବାଲିରେ--୨
କହିବିନି କେବେ ଗୁଣ୍ଡିଚା ଯାତରେ
ନନ୍ଦିଘୋଷ ଚଢ଼ି ଆସିବା ପାଇଁ
କୋଟି କୋଟି ଭକ୍ତ ଚାହିଁଥିଲା ବେଳେ
ତାଙ୍କ ମନେ ଦୁଃଖ ଦେବୁତୁ କାହିଁ
ମୁଁ ମଲା ଆଗରୁ ଥରେ--୨
ବସିଜା..ବସିଜା..ମୋ ରଥରେ
କାଳିଆରେ କାଳିଆରେ--୨
ବାଲିରଥ ତୋଳିଛି ମୁଁ ସରଧା ବାଲିରେ--୨
ଗୁଣ୍ଡିଚା ଆଗରୁ ଥରେ--୨
ବସିଜା..ବସିଜା..ମୋ ରଥରେ
କାଳିଆରେ କାଳିଆରେ--୪