ମନେ ଯେବେ ଲାଗେ ନିଆଁ..ଶ୍ରାବଣ ଲିଭେଇ ପାରେନା--୨
ମେଘରେ ନିଆଁ ଲିଭେ ନାହିଁ ଜମା--୨
ମନ ଖୋଜେ ପ୍ରେମର ଶୀତଳ ଛୁଆଁ
ମନେ ଯେବେ ଲାଗେ ନିଆଁ..ଶ୍ରାବଣ ଲିଭେଇ ପାରେନା--୨
ଏଇ ଭଲ ପାଇବାରେ ଅନେକ ଯାତନା
ସେଇ ଏକା ଜାଣେ ଯିଏ ଭଲପାଏ ସିନା
ହୋ..ଏଇ ଭଲ ପାଇବାରେ ଅନେକ ଯାତନା
ସେଇ ଏକା ଜାଣେ ଯିଏ ଭଲପାଏ ସିନା
ପ୍ରିୟା ଋଷିଯାଏ ପୁଣି ମାନିଯାଏ--୨
ମନ ଥରେ ରୁସିଲେ ମାନେନା ଜମା
ମନେ ଯେବେ ଲାଗେ ନିଆଁ..ଶ୍ରାବଣ ଲିଭେଇ ପାରେନା--୨
କିଏ ଏଠି ବାଲିଘର ଗଢେ ଭାଙ୍ଗିବାକୁ
କିଏ ପୁଣି କଥାଦେଇ ଭାଙ୍ଗିଦିଏ ତାକୁ
ହୋ..କିଏ ଏଠି ବାଲିଘର ଗଢେ ଭାଙ୍ଗିବାକୁ
କିଏ ପୁଣି କଥାଦେଇ ଭାଙ୍ଗିଦିଏ ତାକୁ
ସବୁ ଭାଙ୍ଗିଯାଏ ପୁଣି ଗଢ଼ାହୁଏ--୨
ମନ ଥରେ ଭାଙ୍ଗିଲେ ଗଢ଼ି ହୁଏନା
ମନେ ଯେବେ ଲାଗେ ନିଆଁ..ଶ୍ରାବଣ ଲିଭେଇ ପାରେନା--୨
ମେଘରେ ନିଆଁ ଲିଭେ ନାହିଁ ଜମା--୨
ମନ ଖୋଜେ ପ୍ରେମର ଶୀତଳ ଛୁଆଁ