ହୁଁ..ନିଝୁମ ରାତିର ସହରରେ
ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ପଥରେ
ହାଁ..ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ପଥରେ
ସ୍ମୃତି ମୋର ଆଜି ନୂଆ ବୋହୂ ସାଜି--୨
ନଇଁ ନଇଁ ଆସେ ଜନ୍ହ ପାଲିଙ୍କିରେ
ହୁଁ..ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ପଥରେ
ହୃଦୟର ଶୂନ୍ୟ ପଥରେ
ସେଦିନ ବିଥିଲା ପୁନେଇ ରାତି--୨
ଲୁଚି ଲୁଚି ଆସିଥିଲ କେମିତି
ହୁଁ..କାଳେ କିଏ ଦେଖିଦବ ଆମକୁ
କାଳେ କିଏ ଦେଖିଦବ ଆମକୁ
ଥରୁଥିଲା ଆମ ଦୁହିଁଙ୍କ ଛାତି
ସେଇ ପୂର୍ଣ୍ଣିମା ସେଇ ଚନ୍ଦ୍ରମା ସେଇ ସାଗର ସେଇ ଶାମୁକା--୨
ପଚାରେ ମୋତେ ପଚାରେ ମୋତେ
କାଇଁ ମୁଁ ଏକା ଏକା
ହୁଁ..ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ପଥରେ
ହୃଦୟର ଶୂନ୍ୟ ପଥରେ
ମନେପଡ଼େ ସେଇ ଶ୍ରାବଣ ରାତି--୨
ଆସିଥିଲ ବରଷାରେ ତିନ୍ତି ତିନ୍ତୀ
ହୁଁ..ଗୋଟେ ଛତା ତଳେ ଥିଲୁ ଆମେରେ
ଗୋଟେ ଛତା ତଳେ ଥିଲୁ ଆମେରେ
ଭିଯୁଥିଲୁ ଅଧା ଅଧା ବର୍ଷାରେ
ସେଇ ବରଷା ସେଇ ପବନ ସେଇ ଆଷାଢ଼ ସେଇ ଶ୍ରାବଣ--୨
ପଚାରେ ମୋତେ ପଚାରେ ମୋତେ କାଇଁ ମୁଁ ଏକା ଏକା
ହୁଁ..ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ପଥରେ
ହୃଦୟର ଶୂନ୍ୟ ପଥରେ
ହାଁ..ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ପଥରେ
ସ୍ମୃତି ମୋର ଆଜି ନୂଆ ବୋହୂ ସାଜି--୨
ନଇଁ ନଇଁ ଆସେ ଜନ୍ହ ପାଲିଙ୍କିରେ
ହୁଁ..ନିଝୁମ ରାତିର ସହରରେ ହୃଦୟର ଶୂନ୍ୟ ପଥରେ
ହୃଦୟର ଶୂନ୍ୟ ପଥରେ--୩