ଗୀତ-ପାପୁଲି ରେ ତୋ ନାଁ
ହେ ହେ ଏ ଏ ହୋ ହୋ ଓଁ
ପୁ-ମନ ହୁକୁ ହୁକୁ କାହିଁକି ହୁଏ
ତୋ ଆଖିରେ ଆଖି ମିଶିଗଲେ
ମନ ହୁକୁ ହୁକୁ କାହିଁକି ହୁଏ
ତୋ ଆଖିରେ ଆଖି ମିଶିଗଲେ
ଝି-ଦିଲ ଧକଧକ କାହିଁକି ହୁଏ
ତୁ ଲୁଚିକି ମୋତେ ଡାକିଦେଲେ
ପୁ-ହଁ କାହିଁକି..ଆରେ ଏମିତି,
ହଁ କହିଦେ ନ କରି ତୁ ବାହାନା
ଆଲୋ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ଝି-ହାଁ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ପୁ-ପାପୁଲିରେ ତୋ ନାଁ
ଝି-ହୋ ହୋ ହୋ ହୋ ହୋ...
ହୋ ହୋ ହୋ ହୋ ହୋ...
ପୁ-ଗୁଣୁଗୁଣୁ ତୋର କଥା ଶୁଣୁ ଶୁଣୁ
ତୋ ପାଖକୁ ଧାଇଁ ଯାଉଛି
ଝି-ହାଁ ଆସିକି ଯାଉଛୁ ଚୁପ ରହୁଚୁ
କିଛି ତୋର ବୋଧେ ହେଇଚି
ପୁ-ଆଲୋ ରୁଣୁଝୁଣୁ ତୋର
ରୁପା ର ପାଉଁଜି
ଅନ୍ୟମନସ୍କ ତ କରୁଛି
ଝି-ହାଁ ଜାଣିଶୁଣି ମନ ଛାନିଆ ହଉଚି
ତୋ ଚଗଲାମୀ ଜଣା ପଡୁଛି
ପୁ-ହଁ ଜାଣି ମୁଁ...ହଁ ପାରୁଛି
ତୁ ହବୁ ମୋର ଦିଲ ଜାନିଆ
ଆଲୋ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ଝି-ହଁ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ପୁ-ପାପୁଲିରେ ତୋ ନାଁ
ଦିଲ ତତେ ଦେଇଦେଲି
ହଁ ମନ ତତେ ଦେଇଦେଲି
ତୁ ଦିୱାନି ହେଇଗଲୁ ମୁଁ
ତୋ ଦିୱାନା ହେଲି
ଝି-ହଁ ଦିଲ ତତେ ଦେଇଦେଲି
ମନ ତତେ ଦେଇଦେଲି
ତୁ ଦିୱାନା ହେଇଗଲୁ ମୁଁ
ତୋ ଦିୱାନି ହେଇଗଲି
ଝି-ଭାରି ମଜାକିଆ ମିଠା କଥା ତୋର
ମୋତେ ତ ଚଗଲି କରୁଛି
ପୁ-ସୁନା ପିଲା ଟା କୁ ଚଗଲା କଲୁ ତୁ
ସବୁ ଭୁଲିଭାଲି ଯାଉଛି
ଝି-ମନ ଇଲାକାରେ ତତେ ମୁଁ ରଖିଛି
ଆଉ ସେଠି କେହି ନାହିଁ
ପୁ-ହଁ ଫଗୁଣ ମାସରେ ନେବି ମୁଁ ସଜେଇ
ମଥାରେ ସିନ୍ଦୁର ଦେଇ
ଝି-ହଁ ଯିବାକୁ..ରାଜି ଅଛି ମୁଁ.
ତୁ ସଵାରୀ ପାଲିଙ୍କି ଦେ ବଇନା
ଆରେ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ପୁ-ଆଲୋ ଗାରଉ ଗାରଉ ଗାରେଇ ଦେଲି
ପାପୁଲିରେ ତୋ ନାଁ
ଝି-ପାପୁଲିରେ ତୋ ନାଁ
ପୁ-ହାଁ ପାପୁଲିରେ ତୋ ନାଁ