ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ
ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ
ଏ ଜୀବନେ ମୋ ଜୀବନେ ହସ ନାହିଁ, ଲୁହ ନାହିଁ
ବଗିଚାରେ ଦିନେ କେବେ ଫୁଲ ଫୁଟିଥିଲା
ଝରାଫୁଲ ସେ ବାରତା କାନେ କହିଗଲା
କେବେ ଦିନେ ଝଡ଼ ଆସି, ଗଲା ହାଏ ଝାଡ଼ିଦେଇ
ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ
ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ
ମୋ ନିଜର କେହିଥିଲେ, ମୁଁ ଥିଲି କାହାର?
କେବେ କେଉଁଦିନ ହେଲି ଦୁନିଆଠୁ ପର?
କେଉଁ ନିଆଁ, କେଉଁ ଘର ଗଲା ଜାଳି ଜାଣେନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ
ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ
ତେଣୁ ବଞ୍ଚିବାର ମାନେ ନାହିଁ, ମାନେ ନାହିଁ
ଏ ଜୀବନେ, ମୋ ଜୀବନେ ହସ ନାହିଁ, ଲୁହ ନାହିଁ
ଉଁ-ହୁଁ-ହୁଁ-ହୁଁ-ହୁଁହୁଁ-ହୁଁ