menu-iconlogo
huatong
huatong
Letra
Gravações
ଗୁରୁବାରରେ ମନଟା ମୋର ତୋ ପାଇଁ କାଇଁ

ଗୁରେଇ ତୁରେଇ ଗୁରେଇ ହେଲା?

ଓ, କଉଠି ଥିଲୁ ଗୁମାନି ରାଧା?

ତତେ ଚାହିଁ ଲୋ ଦେହଟା ମୋର କାଲୁଆ ହେଲା

ପ୍ରେମ ବାଉରା ତୁ, ହଁ, ଛନକି ଗଲି ମୁଁ

ତୋର କଥା ଶୁଣି ସତେ ଲାଜେ ଲାଜେ ମଲି

ରାତି ୧୨ ଟାରେ ତୁ ଆସିବୁ ବୋଲି

ଖଜୁରି ବଣରେ ତତେ ଡୁଙ୍ଗୁଥିଲି

ରାତି ୧୨ ଟାରେ ତୁ ଦେଖିବୁ ବୋଲି

ଖଜୁରି ବଣରେ ତତେ ଡୁଙ୍ଗୁଥିଲି, ଡୁଙ୍ଗୁଥିଲି, ଡୁଙ୍ଗୁଥିଲି

ହେଇଯିବି ପଗଳା, ଆଖି ତୋର ଛଇଳା

କାହା ସାଥେ ଯଦି ଲାଖିବ

ଭଲ ତତେ ପାଉଛି, ମିଛ ଯଦି କହୁଛି

ମତେ କଳା କାଉ ଖୁମ୍ପିବ

ରବିବାରରେ ମନଟା ମୋର ତୋ ପାଇଁ କାଇଁ

ରୋବେଇ ଖୋବେଇ ରୋବେଇ ହେଲା?

ନୂଆ ରସିକ ତୁ, ହାଏ, ଫୁଲେଇ ରାଣୀ ମୁଁ

ତୋ ପାଇଁ ଲୁଚିଲୁଚି ସଜ ହେଇଥିଲି

ରାତି ୧୨ ଟାରେ ତୁ ଆସିବୁ ବୋଲି

ଖଜୁରି ବଣରେ ତତେ ଡୁଙ୍ଗୁଥିଲି

ରାତି ୧୨ ଟାରେ ତୁ ଦେଖିବୁ ବୋଲି

ଖଜୁରି ବଣରେ ତତେ ଡୁଙ୍ଗୁଥିଲି, ଡୁଙ୍ଗୁଥିଲି, ଡୁଙ୍ଗୁଥିଲି, ଯା'

(ଆଲୋ, ଛନଛନ ରୂପ ତୋର, ଶଙ୍ଖ ମଲମଲ ରାଣୀ)

(ତତେ ଚାହିଁ ଚାହିଁ ପିଇଲିଣି ୪୦ ବୋତଲ ପାଣି)

(ଛାତି ଥରଥର, ହେଲା କମ୍ପ ଜ୍ୱର ଦେଖି ତୋର ଆଖିର କଜଳ)

(ମୋର ରାଣ ତତେ ଘୋଡେଇଦେ ତୋର ପ୍ରେମ କମ୍ବଳ)

ତୋ ବିନା ଲୋ ସଜନୀ ଏକା ରହି ପାରୁନି

କେବେ ତୋ ଘରକୁ ଡାକିବୁ? ଉ-ଉ

ହଉ ହେଲା ଆସିବୁ, ବୋଉ ପାଖେ ବସିବୁ

ଚାହା ଫୁକି ଫୁକି ପିଇବୁ

ବୁଧୁବାରରେ ମନଟା ମତେ ତୋ କଥା କହି

ବୁଝେଇ ସୁଝେଇ ବୁଝେଇ ଦେଲା

ନୂଆ ଶିକାରୀ ତୁ, ହାଏ, ଚମ୍ପା ଚଢେଇ ମୁଁ

ତୋର ପ୍ରେମ ଫାସରେ ମୁଁ ଛନ୍ଦି ହେଇଗଲି

(ଦେଖିକି ଚାଲୁନୁ କି ଲୋ? ଗୋଡ଼ ଛନ୍ଦି ହେଇ ଯାଉଛି)

ଏଇ, ରାତି ୧୨ ଟାରେ ତୁ ଦେଖିବୁ ବୋଲି

ଖଜୁରି ବଣରେ ତତେ ଡୁଙ୍ଗୁଥିଲି

ରାତି ୧୨ ଟାରେ ତୁ ଆସିବୁ ବୋଲି

ଖଜୁରି ବଣରେ ତତେ ଡୁଙ୍ଗୁଥିଲି

ଡୁଙ୍ଗୁ-ଡୁଙ୍ଗୁ ଥିଲି, ଡୁଙ୍ଗୁ-ଡୁଙ୍ଗୁ ଥିଲି

ଡୁଙ୍ଗୁ-ଡୁଙ୍ଗୁ ଥିଲି, ଡୁଙ୍ଗୁ-ଡୁଙ୍ଗୁ ଥିଲି

ଡୁଙ୍ଗୁ-ଡୁଙ୍ଗୁ ଥିଲି, ଡୁଙ୍ଗୁ-ଡୁଙ୍ଗୁ ଥିଲି

ଡୁଙ୍ଗୁଥିଲି, ଡୁଙ୍ଗୁଥିଲି

Mais de Kuldeep Pattanaik/Antara Chakraborty

Ver todaslogo