menu-iconlogo
huatong
huatong
Тексты
Записи
ଯେବେ ମୁଁ ଆଖି ଖୋଲିଥାଏ

ତତେ ହି ତତେ ପାଇଥାଏ

ଜଗା ତୋ ବିନା ଏଇ ଜୀବନଟା

ମତେ ଅଧା କାଇଁ ଲାଗିଥାଏ?

ହାତ ତୁ ବଢ଼େଇ ଦେ, ଦୁଃଖ ମୋ କୋଳେଇ ନେ

ଜାଗା ଦେ ତୋ ପାଖରେ

ଜଗା ରେ, ମୋ ଜଗା ରେ

ତୋ ହସ ଟିକେ ଦେଖିବାକୁ ମୋ ମନ ଝୁରେ

ଜଗା ରେ, ମୋ ଜଗା ରେ

କି ଯାଦୁ ଅଛି କହ ତୋର ଚକା ଆଖିରେ

ତୋ ଚକାଆଖିରେ ଆଖି ମୋ ମିଶିଲେ

ଆଖିରେ ଆଖିଏ ଲୁହ

ସେ ଲୁହ ବିନ୍ଦୁରେ ଛଳଛଳ ହୁଏ ତୋରି ସୁନ୍ଦର ମୁହଁ

୫୬ ପ୍ରକାର ତୁ ବସି ଖାଉଛୁ

ନୀତି ଅବଢ଼ା ପ୍ରସାଦ

ମୁଠାଏ ପଖାଳ ମୁଁ ଖାଇବାକୁ ଜଗା, ଛିଡିଯାଏ ମୋ ପାଦ

ଭବ୍ୟ ତୁଳସୀଟେ କରିଦେ ରେ ମତେ

ଝୁଲୁଥିବି ତୋ ଗଳାରେ

ଜଗା ରେ, ମୋ ଜଗା ରେ

ତୋ ହସ ଟିକେ ଦେଖିବାକୁ ମୋ ମନ ଝୁରେ

ଜଗା ରେ, ମୋ ଜଗା ରେ

କି ଯାଦୁ ଅଛି କହ ତୋର ଚକା ଆଖିରେ

ତୋ ରଥ ଦଉଡ଼ି ପାରେ ନାହିଁ ଛୁଇଁ

ଏମିତି ଅଭାଗା ମୁଁ ଯେ

ଏ ପାପୀ ଆଖିକୁ ପାପ ହାରିବାକୁ

ନନ୍ଦିଘୋଷ ଖାଲି ଖୋଜେ

ମିଛ, ମିଛ, ମିଛ ଦୁନିଆଁଟା ମିଛ

ତୁହି ମୋର ଆପଣାର

ଜୀବନଟା ଆଜି ଭସା ମେଘ ସାଜି

କରିଦିଏ ମତେ ପର

ତୋହରି ବଡଦାଣ୍ଡେ, ତୋ ରଥ ଚକ ତଳେ

ପ୍ରାଣ ମୋ ଯାଉ ଶାନ୍ତିରେ

ଜଗା ରେ, ମୋ ଜଗା ରେ

ତୋ ହସ ଟିକେ ଦେଖିବାକୁ ମୋ ମନ ଝୁରେ

ଜଗା ରେ, ମୋ ଜଗା ରେ

କି ଯାଦୁ ଅଛି କହ ତୋର ଚକା ଆଖିରେ

Еще от Sourav Bharadwaj

Смотреть всеlogo