menu-iconlogo
huatong
huatong
sourav-bharadwaj-mo-jaga-kalia-cover-image

Mo Jaga Kalia

Sourav Bharadwajhuatong
machesterunitedhuatong
Тексты
Записи
ଜଗନ୍ନାଥ.... ଶ୍ରୀଜଗନ୍ନାଥ ....

ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦି କୁ ଛାଡି

ରଥାରୁଢ଼ ହେଉଛି ମୋ କଳା ଶ୍ରୀହରି

ଜଗନ୍ନାଥ...

ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦି କୁ ଛାଡି

ରଥାରୁଢ଼ ହେଉଛି ମୋ କଳା ଶ୍ରୀହରି

ମେଣ୍ଟିଯିବ ଏଆଖି ରୁ ଅନେକ ଶୋଷ

ସରଧାବାଲି ରେ ଦେଖି ଶ୍ରୀନନ୍ଦିଘୋଷ

ଜୟ ଜଗନ୍ନାଥ କହି, ଦୁଇ ହାତ ଟେକି ଦେଇ

ମନ ପ୍ରାଣ ମିଶିଯାଉ ମହାଯାତ୍ରା ରେ...

ମୋ ଜଗାକାଳିଆ ରେ ମୋ ଜଗାକାଳିଆ ରେ

ମୋ ଜଗାକାଳିଆ ରେ କାଳିଆ ରେ...

ମୋ ଜଗାକାଳିଆ ରେ ମୋ ଜଗାକାଳିଆ ରେ

ମୋ ଜଗାକାଳିଆ ରେ କାଳିଆ ରେ....

ମହାପ୍ରଭୁ ଶ୍ରୀ ଜଗନ୍ନାଥ କି - ଜୟ

ବାଲି ଯୋଉଠି ବିଭୁତି ହୁଏ

ଭାବ ଥିଲେ ଭାତ ହୁଏ ମହାପ୍ରସାଦ

ପାଣି ଯୋଉଠି ଟଙ୍କତୋରାଣି

ପବନରେ ଭାସି ଆସେ ଗୀତଗୋବିନ୍ଦ

ଜଗନ୍ନାଥ....

ଓଡ଼ିଆଜାତି ଗରବ କରେ

ଆନନ୍ଦ ରେ କହେ ସେ ମୋ ଇଷ୍ଟଦେବତା

ଦାରୁ ହେଲେ ବି ବୁଝୁଛୁ ଦୁଃଖ

ନକହିବି ଜାଣିପାରୁ ସକଳ କଥା

ଥରେ ହାତ କୁ ବଢ଼େଇ, ମତେ ନେ~ରେ କୋଳେଇ

ଲୋଡ଼ା ନାହିଁ ଆଉ କିଛି ମାୟା ସଂସାରେ...

ମୋ ଜଗାକାଳିଆ ରେ ମୋ ଜଗାକାଳିଆ ରେ

ମୋ ଜଗାକାଳିଆ ରେ କାଳିଆ ରେ...

ମୋ ଜଗାକାଳିଆ ରେ ମୋ ଜଗାକାଳିଆ ରେ

ମୋ ଜଗାକାଳିଆ ରେ କାଳିଆ ରେ....

ନିମ ଯୋଉଠି ପାଲଟେ ବ୍ରହ୍ମ

ଚଉଦଭୁବନେ ନାହିଁ ଏମିତି ଧାମ

ଜୁଇ ଜଳଇ ରୋଷ ନିଆଁ ରେ

ସରଗଦୁଆରେ ହୁଏ ଶେଷ କରମ

ଜଗନ୍ନାଥ...

ନିଶ୍ୱାସ ଯହିଁ ଚନ୍ଦନ ବାସେ

ମାଟି ରେ ମହକି ଯାଏ ଭକତି ପ୍ରେମ

ବିଶ୍ୱ ଯୋଉଠି ଏକାଠି ହୁଏ

ବିଶ୍ୱାସ ରେ ପୂର୍ଣ୍ଣ ହୁଏ ସକଳ କର୍ମ

ବାହା ବାହାରେ ଠାକୁର, ଖୋଲି ତୋ~ଚାରି ଦୁଆର

ଚଉବର୍ଗ ଫଳ ଆଣି ଯାଚିଦେଉ ରେ....

ମୋ ଜଗାକାଳିଆ ରେ ମୋ ଜଗାକାଳିଆ ରେ

ମୋ ଜଗାକାଳିଆ ରେ କାଳିଆ ରେ...

ମୋ ଜଗାକାଳିଆ ରେ ମୋ ଜଗାକାଳିଆ ରେ

ମୋ ଜଗାକାଳିଆ ରେ କାଳିଆ ରେ....

ଜଗନ୍ନାଥ... [ଜଗା]ଶ୍ରୀଜଗନ୍ନାଥ [ଜଗା...]

Еще от Sourav Bharadwaj

Смотреть всеlogo