ଗୀତ ଆରମ୍ଭ ସମୟ ( ୦୦.୨୭) ସେକେଣ୍ଡ
ପୁଅ - ଆଲୋ ମୋ ଫୁଲେଇ ରାଣୀ ଲୋ
ମାଇଲା ତୋ ଲମ୍ବା ବେଣୀ..
ଝିଅ - ଆରେ ମୋ ରସିକ ମଣି ରେ
ଭାରି ଦୁଷ୍ଟ ତୁ ହେଲୁଣି..
ପୁଅ - ହୋ ଓ ଓ...ଆଲୋ ମୋ ଫୁଲେଇ ରାଣୀ ଲୋ
ମାଇଲା ତୋ ଲମ୍ବା ବେଣୀ
ଝିଅ - ଆରେ ମୋ ରସିକ ମଣି ରେ
ଭାରି ଦୁଷ୍ଟ ତୁ ହେଲୁଣି
ପୁଅ - କେମିତି ମୋ.. ମନ କଥା..ବୁଝି ପାରୁନୁ..
ଜୁଲାଇ ମାସ ରେ ଝଡି ବରଷା..
ପଡ଼ିଥିଲା ଇନ୍ଦ୍ରଧନୁ..
ରଥ ଯାତରା ରେ ଦେଖା ହେଇଥିଲୁ..
ସେ ଦିନୁ ମୁଁ ହୁନୁ ହୁନୁ..
ଝିଅ - ଆରେ ଅଗଷ୍ଟ ମାସରେ ଖୁଦୁରୁକୁଣୀ..
ଫୁଲ ତୋଲୁଥିଲି ଜାନୁ...
ଖଇ ଭୋଗ କିଣି ହାତେ ଧରେଇଲୁ..
ସେ ଦିନୁ ମୁଁ ହୁନୁ ହୁନୁ..
ଗୀତ ଅନୁରୋଧ, ଲେଖା ଓ ଟ୍ରାକ ଅପଲୋଡ଼ - ମିଲୁ ଓ ମିଠୁଲୁ (Milu & Mithulu) (Bapun Rockerz- Family)
ପ୍ରଥମ ଅନ୍ତରା ଆରମ୍ଭ ସମୟ (୦୧:୫୭) ମିନିଟ୍
ପୁଅ - ଅରୁଆ ଚାଉଳ ଚେହେରା ଟା ତୋର
ଲପ ଲପ ସରୁଆ ଅଣ୍ଟା
କଅଁଳ ପାଦ ତୋ ଆସ୍ତେ ପକେଇବୁ
ପଶିଯିବ ଧାରୁଆ କଣ୍ଟା..
ଝିଅ - ଜାଣିଛି ନାଗର ନସର ପସର
ମୋ ପାଇଁ ତୋ ମନ ଟା
ଘରକୁ ଆସିବୁ ପଖାଳ କରିଛି
ଭାଜିଛି ପାତଲ ଘଣ୍ଟା..
ପୁଅ - ଆଲୋ ମୋ କନକ ଗୋରୀ ଲୋ
ଆଖିରେ ମାଇଲୁ ଛୁରୀ..
ଝିଅ - ପକାନି ଆଉ ନଜର ରେ..
ଲାଜ ରେ ମୁଁ ଯାଏ ଝରି..
ପୁଅ - ସବୁ ବୁଝି..କେମିତି ତୁ.. କିଛି ବୁଝୁନୁ..
ଅକ୍ଟୋବର ମାସେ ଦଶହରା ମେଢ଼..
ଭିଡ଼ ଜମିଥିଲା ଶୋନୁ..
ଝିଅ ଙ୍କ ମେଳରେ ଷ୍ଟାଇଲି ତୋ ଦେଖି..
ସେ ଦିନୁ ମୁଁ ହୁନୁ ହୁନୁ..
ଝିଅ - ଆରେ ନଭେମ୍ବର ମାସେ ଥଣ୍ଡା ପବନ..
ଡେଇଁ ଡେଇଁ ଗଲା ହନୁ..
ଝରକା ବାଟେ ମୋ ଟେକା ମାରିଦେଲୁ..
ସେ ଦିନୁ ମୁଁ ହୁନୁ ହୁନୁ..
ଦ୍ଵିତୀୟ ଅନ୍ତରା ଆରମ୍ଭ ସମୟ (୦୩:୩୬) ମିନିଟ୍
ଝିଅ - ଜୁନ୍ ମାସରେ ଭାରି ପାଣିଚିଆ ଖରା..
ରଜ ଦୋଳି କଟର ମଟ..
ଦୋଳି ଖେଳୁଥିଲି ତତେ ଦେଖି ଦେଲି
ମନ ମୋ ଛଟର ପଟ..
ପୁଅ - ହେ.. ଏ ..କଦଳୀ ପତର ନହ ନହକା ଲୋ
ଲାଜକୁଳି ପତର ଛୋଟ..
ଷଷ୍ଠ ବେଳୁ ତତେ ଭଲ ପାଉଛି ମୁଁ..
ପଢୁଛି ଲୋ ପ୍ରେମର ପାଠ..
ଝିଅ - ପ୍ରେମ ତୋ ପଦୁଅଁ ତୋଳା ରେ..
କଲାଣି ମତେ ବାଉଳା..
ପୁଅ - ତୁ ନବୀନ ବୟସୀ ବାଳା ଲୋ..
ଘାରିଲା ତୋ ପ୍ରେମ ଜ୍ଵାଳା..
ଝିଅ - ଜାଣିଛି ରେ..ମୋ ବିନା ତୁ..ରହି ପାରୁନୁ..
ଫ୍ରେବୃଆରୀ ମାସେ ଭାଲେଣ୍ଟାଇନ୍..
ଗୋଲାପ ଦେଲୁ ତୁ ଜାନୁ..
ସାଙ୍ଗ ଝିଅ ତତେ ଜିଜୁ ଡ଼ାକିଦେଲେ..
ସେ ଦିନୁ ମୁଁ ହୁନୁ ହୁନୁ..
ପୁଅ - ଆରେ ମାର୍ଚ୍ଚ ମାସରେ ହୋଲି ପରବ..
ଭୁଲି ମୁଁ ପାରୁନି ମନୁ..
ଗାଲରେ ଆସି ମୋ ରଙ୍ଗ ମାରିଦେଲୁ..
ସେ ଦିନୁ ମୁଁ ହୁନୁ ହୁନୁ..
ଝିଅ - ଆରେ ସେ ଦିନୁ ମୁଁ ହୁନୁ ହୁନୁ..
ପୁଅ - ଆରେ ସେ ଦିନୁ ମୁଁ ହୁନୁ ହୁନୁ..
ଝିଅ - ଆରେ ରେ ରେ ସେ ଦିନୁ ମୁଁ ହୁନୁ ହୁନୁ..
ପୁଅ - ହାଏ ସେ ଦିନୁ ମୁଁ ହୁନୁ ହୁନୁ..