ସିଂହ ଦୁଆର ରେ ପାଦ ଦଉ ଦଉ 
ଦଉଦଉ ପ୍ରାଣ ଯାଆନ୍ତି କି ଛାଡି ଲୋ 
ମୁଁ ସରଗକୁ ଯାଆନ୍ତି ଚଢି-2 
ଶରଧାବାଲି ରେ ରଥ ଟାଣୁଟାଣୁ 
ଟାଣୁଟାଣୁ  ଚକ ଯାଆନ୍ତା କି ମାଡ଼ି ଲୋ 
ମୁଁ ସରଗକୁ ଯାଆନ୍ତି ଚଢ଼ି 
ମୁଁ ସରଗକୁ ଯାଆନ୍ତି ଚଢ଼ି 
🙏🌹JAGANNTH 🛐PREMI 🌹🙏 
ROOM ID - 171653 
TIME - 9.00AM 
ହାରିଲା କି ଜିତିଲା କେତେ 
ମଣିଷ ବୁଝେନାହିଁ ଖେଳୁଛି ଏତେ 
ବିଚିତ୍ର ଏ ଦୁନିଆ ସତେ 
ବାମନ କହୁଛି ଚାନ୍ଦ ମୋ ହାତେ 
🎻🎶🎻🎵🎻🎵🎻🎵🎶 
ଜୀବନଟା ପବନ ଖେଳ 
ପବନ ଥମି ଗଲେ ସରିଲା ବେଳ 
ଚାହୁଁ ଚାହୁଁ ଆସିବ ସଞ୍ଜ 
କହିବେ ଖୋଜଖୋଜ କୋକେଇ ଖୋଜ 
ନୀଳ ଦରିଆରେ ପାଦ ଧୋଉଧୋଉ 
ଧୋଉଧୋଉ ଢେଉ ନିଅନ୍ତା କି 
ଭିଡି ଲୋ 
ମୁଁ ସରଗକୁ ଯାଆନ୍ତି ଚଢ଼ି-2 
Song upload by laxman 
Request by କଲ୍ୟାଣୀ ମଣ୍ଡଳ 
🙏🌹JAGANNTH 🛐PREMI 🌹🙏 
ରାତିସାରା ବରଷା ଝଡି 
ସକାଳକୁ ପୁଣି କେତେ କୁହୁଡି 
ଏଇ ମନ ପାପ ଶଗଡ଼ି 
ମାନେନାହିଁ କିଛି ଯାଏରେ ମାଡି 
🎶🎵🎶🎻🎶🎻🎶🎵🎶🎻 
ପାପପାଇଁ ରହିଛି ବାଡ଼ି 
ପୁଣ୍ୟ କଲେ ମିଳେ ସରଗ ସିଢି 
ବୋହିଛି ମୁଁ ପାପର ପେଡି 
ନରକେ ଲାଗିବ ମୋ ପାଦରେ ପେଡି 
ନରେନ୍ଦ୍ର ଜଳରେ ବୁଡ଼ ଦଉଦଉ 
ଦଉଦଉ ମରିଯାନ୍ତି କି ବୁଡି ଲୋ 
ମୁଁ ସରଗ କୁ ଯାଆନ୍ତି ଚଢ଼ି-2 
ସିଂହଦୁଆର ରେ ପାଦ ଦଉଦଉ 
ଦଉଦଉ ପ୍ରାଣ ଯାଆନ୍ତା କି ଛାଡି ଲୋ 
ମୁଁ ସରଗ କୁ ଯାଆନ୍ତି ଚଢ଼ି-2 
ଶରଧାବାଲି ରେ ରଥ ଟାଣୁଟାଣୁ 
ଟାଣୁଟାଣୁ ଚକ ଯାଆନ୍ତି କି ମାଡିଲୋ 
ମୁଁ ସରଗ କୁ ଯାଆନ୍ତି ଚଢ଼ି-4