ଝି: ତମେ ଯଦି ଗଢ଼ି ଦିଅ
ମୋ ପାଇଁ ବାଲିଘର
ସେଇ ଘର ହେବ ମୋର
ସୁନାର ନଅର...
କଥା ଦିଅ...କଥା ଦିଅ
କରିବନି ପର ମତେ
କରିବନି ପର
କରିବନି ପର ମତେ
କରିବନି ପର
ପୁ: ଛୋଟ ଏକ ମନ ଅଛି
ଛାତି ତଳେ ମୋର
ସେ ମନରେ ତୁମ ପାଇଁ
ଗଢ଼ିଛି ମୁଁ ଘର...
କଥା ଦେଲି...କଥା ଦେଲି
କରିବିନି ପର କେବେ
କରିବିନି ପର
କରିବିନି ପର କେବେ
କରିବିନି ପର...
ପୁ: କିଏ ଜାଣେ କେତେ ବେଳେ
ଆସି ପାରେ ଝଡ଼..
ଝି: ତମେ ଥିଲେ ପାଖେ ମୋର
ଲାଗିବନି ଡର...
ପୁ: ପାରିବକି ଚାଲି ସାଥେ
ବାଟ ବହୁ ଦୂର...
ଝି: ଜାଣିଛି ମୁଁ ଛାଡି଼ବନି
ହାତ କେବେ ମୋର..
ପୁ: ଏ ଜୀବନ ଖରା ଛାଇ
ଆଲୁଅ ଅନ୍ଧାର..
ଝି: ତୁମେ ଥିଲେ ସେ ଅନ୍ଧାର
ଲାଗେ ଭାରି ଭଲ..
କଥା ଦିଅ...କଥା ଦିଅ
କରିବନି ପର ମତେ
କରିବନି ପର...
ପୁ: କରିବିନି ପର କେବେ
କରିବିନି ପର...
ଝି: ହଜାରେ ଋତୁରେ ତୁମେ
ଗୋଟିଏ ଫଗୁଣ..
ପୁ: ହଜାରେ ରାତିରେ ତୁମେ
ଗୋଟିଏ ସପନ...
ଝି: ଭୁଲିଯାଏ ସବୁ ଦୁଃଖ
ଦେଖି ତୁମ ମୁହଁ...
ପୁ: ଦେଖି ପାରିବିନି କେବେ
ତୁମ ଆଖି ଲୁହ...
ଝି: ଏଇ ଦେହ ଏଇ ମନ
ସବୁତ ତୁମର...
ପୁ: ତୁମ ପାଇଁ ରଖିଛି ମୁଁ
ଟୋପାଏ ସିନ୍ଦୁର..
ଝି: କଥା ଦିଅ...କଥା ଦିଅ
କରିବନି ପର ମତେ
କରିବନି ପର...
ପୁ: କଥା ଦେଲି...କଥା ଦେଲି
କରିବିନି ପର କେବେ
କରିବିନି ପର
ପୁ: ହେ...ହେ..ହେ..ହେ
ଝି: ଆ..ଆ..ଆ..ଆ..
ପୁ: ହେ...ହେ..ହେ..ହେ
ଝି: ଆ..ଆ..ଆ..ଆ..
ପୁ: ହୁଁ..ହୁଁ..ହୁଁ..ହୁଁ..ହୁଁ..ହୁଁ..
ଝି: ଆ..ଆ..ଆ..ଆ..