menu-iconlogo
logo

Bhabara Sahare

logo
Paroles
ଭାବର ସହରେ ମୋର ଭାବ ମନ୍ଦିର

ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବର ସହରେ ମୋର ଭାବ ମନ୍ଦିର

ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବକୁ ନିକଟ ସେ ତ ଅଭାବକୁ ଦୂର

ଭାବକୁ ନିକଟ ସେ ତ ଅଭାବକୁ ଦୂର

ସୀମାହୀନ ଆକାଶ ସେ ସୀମାହୀନ ସାଗର

ଭାବର ସହରେ ମୋର ଭାବ ମନ୍ଦିର

ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବରେ ବୁଡ଼ିବ ଯିଏ

ଭାବରେ ହଜିବ ଯିଏ

ଭାବରେ ରସିବ ଯିଏ

ଆନନ୍ଦ-ଆନନ୍ଦ

ପାପରେ ବୁଡ଼ିବ ଯିଏ

ମିଛରେ ରସିବ ଯିଏ

ମାୟାରେ ହଜିବ ଯିଏ

ବିଷାଦ-ବିଷାଦ

ହୋ, ଭାବରେ ବୁଡ଼ିବ ଯିଏ

ଭାବରେ ହଜିବ ଯିଏ

ଭାବରେ ରସିବ ଯିଏ

ଆନନ୍ଦ ଆନନ୍ଦ

ପାପରେ ବୁଡ଼ିବ ଯିଏ

ମିଛରେ ରସିବ ଯିଏ

ମାୟାରେ ହଜିବ ଯିଏ

ବିଷାଦ-ବିଷାଦ

ଭାବରେ, ଭାବରେ ଚାଲେ ଅଭାବୀ ସଂସାର

ଭାବରେ, ଭାବରେ ଚାଲେ ଅଭାବୀ ସଂସାର

ଆନନ୍ଦ-ବିଷାଦ ଭରା ଏ ଭବ ସାଗର

ଭାବର ସହରେ ମୋର ଭାବ ମନ୍ଦିର

ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଧରମ-କରମ ସତ

ଜନମ-ମରଣ ସତ

ଆତ୍ମା ପରମାତ୍ମା ସତ

ମିଛ ଏ ଜଗତ

ଧନ-ଯଉବନ ମିଛ

କୁଟୁମ୍ବ-ସଂସାର ମିଛ

କାମନା-ବାସନା ମିଛ

ସତ ମୋ ଜଗନ୍ନାଥ

ହୋ, ଧରମ-କରମ ସତ

ଜନମ-ମରଣ ସତ

ଆତ୍ମା ପରମାତ୍ମା ସତ

ମିଛ ଏ ଜଗତ

ଧନ-ଯଉବନ ମିଛ

କୁଟୁମ୍ବ-ସଂସାର ମିଛ

କାମନା-ବାସନା ମିଛ

ସତ ମୋ ଜଗନ୍ନାଥ

ମିଛରେ, ସତରେ ଗଢା

ଏ ମନ ଶରୀର

ମିଛରେ, ସତରେ ଗଢା

ଏ ମନ ଶରୀର

ମୋହ, ମାୟା, ଛଳ ଭରା ଏ ଜଗତ ସଂସାର

ଭାବର ସହରେ ମୋର ଭାବ ମନ୍ଦିର

ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବର ସହରେ ମୋର ଭାବ ମନ୍ଦିର

ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବକୁ ନିକଟ ସେ ତ ଅଭାବକୁ ଦୂର

ଭାବକୁ ନିକଟ ସେ ତ ଅଭାବକୁ ଦୂର

ସୀମାହୀନ ଆକାଶ ସେ ସୀମାହୀନ ସାଗର